Latest Odisha News

୬୫ ମିଲିୟନ ଡଲାରରେ ନିର୍ମିତ ରୁଷ ଯୁଦ୍ଧ ଜାହଜକୁ ନଷ୍ଟ କଲା ୟୁକ୍ରେନ ଡ୍ରୋନ

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶ ସହାୟତାରେ ୟୁକ୍ରେନ ଦୀର୍ଘ ଦିନ ହେବ ରୁଷର କଡା ମୁକାବିଲା କରି ଆସୁଛି । ମଙ୍ଗଳବାର ୟୁକ୍ରେନ ଏକ ଶକ୍ତିଶାଳୀ ସାମୁଦ୍ରିକ ଡ୍ରୋନ ବ୍ୟବହାର କରି କୃଷ୍ଣ ସାଗରରେ ରୁଷର ଏକ ଯୁଦ୍ଧ ଜାହଜକୁ ନଷ୍ଟ କରି ଦେଇଛି । ଏହି ଜାହଜ ୬୫ ମିଲିୟନ ଆମେରିକୀୟ ଡଲାରରେ ନିର୍ମାଣ କରାଯାଇଥିଲା । ଅବଶ୍ୟ ଏହି ଯୁଦ୍ଧରେ ଉଭୟ ଦେଶ ପକ୍ଷରୁ ଅନେକ ଦାବୀ କରାଯାଉଥିଲେ ମଧ୍ୟ ପ୍ରକୃତ ସତ୍ୟ ସମ୍ମୁଖକୁ ଆସି ପାରୁ ନାହିଁ । ୟୁକ୍ରେନର ଏହି ଆକ୍ରମଣ ଉପରେ ରୁଷ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ଏହି ପାଟ୍ରୋଲିଂ ଜାହଜକୁ କେର୍ଚ ଷ୍ଟ୍ରେଚ ନିକଟରେ ଟାର୍ଗେଟ କରାଯାଇଥିଲା । ଏଥିରେ ୬୦ଜଣ ବ୍ୟକ୍ତି ଥିଲେ ।

ମଗୁରା ଭି୫ ଏକ ଚାଳକ ରହିତ ଡ୍ରୋନ । ୟୁକ୍ରେନରେ ନିର୍ମିତ ଏହି ଡ୍ରୋନରେ ବିସ୍ଫୋରକ ଭର୍ତି କରାଯାଇ ଟାର୍ଗେଟ ପୂରଣ କରାଯାଇଥିଲା । ରୁଷର ଅଧିକାଂଶ ମିସାଇଲ ଆକ୍ରମଣ କୃଷ୍ଣ ସାଗରରୁ କରାଯାଉଥିବାରୁ ଏହା ଉପରେ ଏବେ ୟୁକ୍ରେନ ନଜର ରଖିଛି । ଯଦି ଏହି ଘଟଣା ସତ୍ୟ ହୋଇଥାଏ ତେବେ ନିଶ୍ଚିତ ଭାବେ ଯୁଦ୍ଧ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି ।

Comments are closed.