ଢେଙ୍କାନାଳ: ଚଳଚଞ୍ଚଳ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ । ଶିବରାତ୍ରି ପାଇଁ କପିଳାସଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି । ମହା ଶିବରାତ୍ରି ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କପିଳାସ ପୀଠର ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ଜାଗର ଯାତ୍ରା ଉପଲକ୍ଷେ ଷୋଡ଼ଶ ଉପଚାର ପୂଜା ନିମନ୍ତେ ରାଜ ପୁରୋଧାଙ୍କ ନୀତି ନିର୍ଦ୍ଧାରଣ କରାଯାଇଛି । ସନ୍ଧ୍ୟା ୭ଟାରୁ ସାଢ଼େ ୮ଟା ମଧ୍ୟରେ ପ୍ରଥମ ଚାରିପୂଜା, ରାତି ସାଢ଼େ ୮ଟାରୁ ୧୦ଟା ମଧ୍ୟରେ ପୀଠ ପୁରୋଧାଙ୍କ ଚାରିପୂଜା ଅନୁଷ୍ଠିତ ହେବ। ରାତି ୧୦ଟାରୁ ୧ଟା ମଧ୍ୟରେ ରାଜ ପୁରୋଧାଙ୍କ ଦ୍ୱାରା ଚାରିପୂଜା ସମ୍ପନ୍ନ ହେବ। ଏହାପରେ ପ୍ରଥମ ରାଜଦର୍ଶନ, ରାତି ୧ଟାରୁ ସାଢେ ୨ଟା ମଧ୍ୟରେ ରାଜ ପୁରୋଧାଙ୍କ ଚାରିପୂଜା ଏବଂ ରାତି ୩ଟା ମଧ୍ୟରେ ମହା ରୁଦ୍ରାଭିଷେକ, ରାତି ୩ଟାରୁ ୩ଟା ୫୦ମିନିଟ ମଧ୍ୟରେ ମହାସ୍ନାନ ଓ ସୁନା ଅଳଙ୍କାରରେ ମହାପ୍ରଭୁଙ୍କର ନାଗାଭରଣ ବେଶ ସହ ପଞ୍ଚବକ୍ର ପୂଜା ରାଜ ପୁରୋଧାଙ୍କ ଦ୍ୱାରା ସମ୍ପନ କରାଯିବ। ଏହାପରେ ଦ୍ୱିତୀୟ ରାଜଦର୍ଶନ ତଥା ରାଜାଙ୍କର ନାଗାଭରଣ ବେଶ ଦର୍ଶନ, ସେବା ଓ ଆଳତି ଅନୁଷ୍ଠିତ ହେବ। ରାତି ୩ଟା ୫୫ ମିନିଟରେ ମହାଦୀପ ଉଠାଣ ହେବ। ରାତି ୪ଟା ୨୫ରେ ହରିହର ଭେଟ ପୂଜା କରାଯିବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ଜଣାପଡିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଚଳିତବର୍ଷ ଶାନ୍ତିଶୃଙ୍ଖଳା ସହ ଜାଗର ଯାତ୍ରାକୁ ସମାପନ କରିବା ପାଇଁ ଜିଲାପାଳ ମନୋରଞ୍ଜନ ମଲ୍ଲିକ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
BREAKING NEWS
- ଚାଷୀଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମର ‘ବେଦାମୃତ’; ମହୁମାଛି ପାଳନ…
- କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ଖବର ଗୁଜବକୁ ଖଣ୍ଡନ କଲା ଉତ୍ତର କୋରିଆ
- ଷ୍ଟାର୍କଙ୍କ ଐତିହାସିକ ରେକର୍ଡ: ୪୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର
- Dussehra 2026: ନିଜ ହାତରେ ରାବଣ ଦହନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାମରାଜ୍ୟର ଆଦର୍ଶକୁ ମନେ ପକାଇ ଦଶହରା ମଞ୍ଚରୁ ମୋଦୀ ଦେଲେ ବଡ଼ ବାର୍ତ୍ତା…
- ଟାଇଗରଙ୍କୁ ଗୁଳିମାଡ ଘଟଣା; ବଢିଲା ସଲମାନ୍ ଖାନଙ୍କ ସୁରକ୍ଷା, ହାତରେ ବନ୍ଧୁକ…
- Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ

Comments are closed.