ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଭରାଲ ୨୫୫ ରନର ଅଗ୍ରଣୀ ହାସଲ କରି ନେଇଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୧୮ ରନ ଜବାବରେ ଭାରତ ୮ ୱିକେଟ ବିନିମୟରେ ୪୭୩ ରନ ସଂଗ୍ରହ କରିଛି । ରୋହିତ ୧୦୩ ଓ ଗିଲ ୧୧୦ ରନର ଚମତ୍କାର ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବୀଦତ ପାଡିକଲ ୬୫ ଓ ସର୍ଫରାଜ ଖାଁ ୫୬ ରନ କରିଥିଲେ । ଷ୍ଟମ୍ପସ ଅପସାରଣ ବେଳକୁ କୂଲଦୀପ ଯାଦବ ୨୭ ଓ ଯଶପ୍ରୀତ ବୁମରାହ ୧୯ ରନ କରି ଅପରାଜିତ ରହିଛନ୍ତି ।
ଇଂଲଣ୍ଡ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଶୋଏବ ବଶୀର ୪ଟି ୱିକେଟ ଅକ୍ତିଆର କରିଛନ୍ତି । ଟମ ହାର୍ଟଲେ ୨ଟି ଏବଂ ଜେମ୍ସ ଆଣ୍ଡରସନ ଓ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଅଗ୍ରଣୀ ରହି ଆଗୁଆ ସିରିଜ କବଜା କରିସାରିଛି । ପ୍ରଥମ ଇନିଂସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନ ବୋଲିଂ ଆଗରେ ସମ୍ପୂର୍ଣ୍ଣ ଭାବେ ଅସହାୟ ସାବ୍ୟସ୍ତ ହୋଇଥିଲେ ।
Comments are closed.