Latest Odisha News

BREAKING NEWS

ରାସ୍ତାରେ ନମାଜ ପାଠକୁ ନେଇ ହଙ୍ଗମା, ନିଲମ୍ବିତ ହେଲେ ପୋଲିସ ଅଧିକାରୀ

ନୂଆଦିଲ୍ଲୀ: ଦିଲ୍ଲୀର ରାସ୍ତାରେ ନମାଜ ପାଠ କରିବା ନେଇ ଉତ୍ତେଜନା ଦେଖାଦେଇଥିଲା। ଶୁକ୍ରବାର ଅପରାହ୍ନରେ ଇନ୍ଦ୍ରଲୋକ ପୋଲିସ ଷ୍ଟେସନ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା ବ୍ୟକ୍ତିଙ୍କ ସହ ଜଣେ ପୋଲିସ୍ ଦୁର୍ବ୍ୟବହାର କରିଥିବାର ଖବର ସାମ୍ନାକୁ ଆସିଥିଲା। ଏହା ପରେ ଲୋକମାନେ ରାଗିଯାଇ ସ୍ଥାନୀୟ ଅଞ୍ଚଳରେ ହଙ୍ଗାମା ସୃଷ୍ଟି କରିଥିଲେ। ଏପରିକି ହଙ୍ଗାମା କରୁଥିବା ଲୋକମାନେ ଇନ୍ଦ୍ରଲୋକ ପୋଲିସ ଷ୍ଟେସନକୁ ଘେରାଉ କରିଥିଲେ। ସେପଟେ ଆନ୍ଦୋଳନରତ ଲୋକମାନଙ୍କୁ ପୋଲିସ ବୁଝାସୁଝା କରୁଥିବାର ନଜର ଆସିଥିଲେ।

ସୂଚନାଯୋଗ୍ୟ ଆଜି ଅର୍ଥାତ ଶୁକ୍ରବାର ମାର୍ଚ୍ଚ ୮ ତାରିଖରେ ନମାଜ ପାଠ ପାଇଁ କିଛି ଲୋକ ଇନ୍ଦ୍ରଲୋକ ଥାନା ଅଞ୍ଚଳରେ ଏକତ୍ରିତ ହୋଇଥିଲେ। ଏହା ସହିତ ସାମୂହିତ ନମାଜ ପାଠ ମଧ୍ୟ କରିଥିଲେ। ଏହାକୁ ଦେଖି ଦିଲ୍ଲୀ ପୋଲିସର କିଛି କର୍ମଚାରୀ ଓ ଯବାନ ସେଠାରେ ପହଞ୍ଚିଥିଲେ। ସେଠାରେ ନମାଜ ପଢୁଥିବା ଲୋକଙ୍କ ଉପରେ ଅଭଦ୍ରୋଚିତ ବ୍ୟବହାର କରିଥିଲା ପୋଲିସ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ପୋଲିସ ବ୍ୟବହାର ଦେଖି ସାଧାରଣ ଲୋମାନେ ଏହାକୁ ବିରୋଧ କରିଥିଲେ। ଏହା ସହିତ ପୋଲିସ ଆଚରଣକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ।

ଯେତେବେଳେ ଲୋକମାନେ ପୋଲିସର ଅଶ୍ଳୀଳତାକୁ ନେଇ ଲୋକମାନେ ହଙ୍ଗାମା ସୃଷ୍ଟି କରିବା ଆରମ୍ଭ କଲେ, ସେତେବେଳେ ଉପସ୍ଥିତ ପୋଲିସ କର୍ମଚାରୀ ଓ ଯବାନମାନେ ସେଠାରୁ ପଳାଇଯାଇଥିଲେ। ଘଟଣାରେ ଆକ୍ରୋଶ ବ୍ୟକ୍ତ କରି ଇନ୍ଦ୍ରଲୋକ ଥାନା ଘେରାଉ କରିଥିଲେ। ଥାନା ଘେରାଉ କରିବା ସହିତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଏହା ସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ କ୍ରମେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି।

ଏହି ଘଟଣା ସମ୍ପର୍କକୁ ନେଇ ଡିସିପି ଉତ୍ତର ମନୋଜ ମୀନା କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି। ନମାଜ ପାଠ କରୁଥିବା ଲୋକଙ୍କ ସହ ଅସଦାଚରଣ କରିଥିବା ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଲୋକମାନେ ଇନ୍ଦ୍ରଲୋକ ପୋଲିସ ଷ୍ଟେସନରେ ହଙ୍ଗାମା ସୃଷ୍ଟି କରୁଥିଲେ, କିନ୍ତୁ ସେମାନେ ମଧ୍ୟ ଶାନ୍ତ ହୋଇଯାଇଛନ୍ତି। ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି, ଏହାର ମଧ୍ୟ ତଦନ୍ତ କରାଯାଉଛି।

Comments are closed.