Latest Odisha News

ୱାୟନାଡ଼ରୁ ରାହୁଲ ଗାନ୍ଧୀ, ରାଜନନ୍ଦାଗାଓଁରୁ ଭୂପେଶ ବଘେଲ ଲଢିବେ ନିର୍ବାଚନ, କଂଗ୍ରେସ ଜାରିକଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଗାମୀ ଏକ ସପ୍ତାହ ମଧ୍ୟରେ ତାରିଖ ଘୋଷଣା ହୋଇପାରେ। ଏଥିପାଇଁ ଆଜି କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ରାହୁଲ ଗାନ୍ଧୀ, ଭୁପେଶ ବଘେଲଙ୍କ ଭଳି ବଡ଼ ବଡ଼ ନେତାଙ୍କ ନାଁ ସାମିଲ ରହିଛି।

ଏକ ସାମ୍ବାଦିକ ସମ୍ମିଳନୀ କରି କେସି ବେଣୁଗୋପାଳ ତାଲିକା ପ୍ରକାଶ କରିଥିଲେ। ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାସ କରି ସେ କହିଥିଲେ କି ରାହୁଲ ଗାନ୍ଧୀ ୱାୟନାଡ଼, ଭୁପେଶ ବଘେଲ ରାଜନନ୍ଦାଗାଓଁ ଆସନରୁ ନିର୍ବାଚନ ଲଢିବେ। ଦଳ ପ୍ରଥମ ତାଲିକା ୧୫ଟି ସାଧାରଣ ବର୍ଗ ଆସନ ପାଇଁ, ୨୪ଟି ଏସସି-ଏସଟି, ଓବିସି ଓ ସଂଖ୍ୟାଲଘୁ ବର୍ଗର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ସହିତ ୧୨ ଆଶାୟୀ ଏଭଳି ରହିଛନ୍ତି ଯେଉଁମାନଙ୍କ ବୟସ ୫୦ରୁ କମ ରହିଛି।

ତେବେ ଆସନ୍ତୁ ନଜର ପକାଇବା ତାଲିକା ଉପରେ
ଭୁପେଶ ବଘେଲ-ରାଜନନ୍ଦାଗାଓଁ
ଥମ୍ରଧ୍ୱଜ ସାହୁ-ମହାସମୁନ୍ଦ
ଜ୍ୟୋତ୍ସ୍ନା ମହନ୍ତ-କୋରବା
ଡିକେ ସୁରେଶ-କର୍ଣ୍ଣାଟକ(ବେଙ୍ଗାଲୁରୁ ଗ୍ରାମୀଣ)
ଶଶି ଥରୁର- ତ୍ରିବେନ୍ଦ୍ରମ ଓ ତିରୁୱନନ୍ତପୁରମ
କେ ମୁରଲୀଧର-ତିରୁସୁର
କେସି ବେଣୁଗୋପାଳ-ଅଲ୍ଲାପୁଝା
ଆଶିଷ କୁମାର ସହାୟ-ତ୍ରିପୁରା ପଶ୍ଚିମ

Comments are closed.