Latest Odisha News

BREAKING NEWS

ଭାଷା ଭାଗବତ : ସେ ମୋର ବିଶ୍ବାସଭାଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଶୁଣାକଥାକୁ ଦେଇ ଧ୍ୟାନ
ବିଚଳିତ ନ କଲେ ମନ
ଆମର ଯେତେ ଗ୍ରାମବାସୀ
ଉତ୍ପାଦନ କରଂତି ଖୁସି

ନାହିଁ ଯଦି ପ୍ରତ୍ୟକ୍ଷ ଜ୍ଞାନ
ମୁଁ କରେଁନାହିଁ ଅନୁମାନ
ଗାଆଁର ସହିତ ସଂପର୍କ
ରଖେ ମୋ ବିଶ୍ବାସର ଟେକ

ଯିଏ ଆମର ଅନ୍ନଦାତା
ତାକୁ ଜଣାଇ କୃତଜ୍ଞତା
ମୁଁ କରେଁ ପାନ ଓ ଭୋଜନ
ସେ ମୋର ବିଶ୍ବାସଭାଜନ

ଗାଆଁ ସବୁ ଅଛଂତି ବୋଲି
ନଗରବାସୀ ଯାଏ ଚଳି
କରୁଛିଁ କର୍ତବ୍ୟ ମୋହର
ପ୍ରଶଂସା ନୁହେ ଦରକାର

ପରସ୍ପରର ସହଯୋଗୀ
ହୋଇ ଲେଖିବା ଭାବ ଲାଗି
ହେଲେ ଅଳପ ସଚେତନ
ବଢ଼ିବ ଭାଷାର ସମ୍ମାନ

ବନାନ ନ ହେଲେ ବିଶୁଦ୍ଧ
ଦୃଢ଼ ହୁଏନି ଭାଷାବୋଧ
ଲେଖା ନ ହେଲେ ପରିଚ୍ଛନ୍ନ
ଭାଷାକୁ ମିଳେନି ସମ୍ମାନ

ଆଂଶିକ ହେଲେ ସଂଶୋଧନ
ପାଠ ହୁଏନି ତ୍ରୁଟିଶୂନ୍ୟ
ଆମର ଲେଖକଂକ ମନ
ଦେଉନି ଏ ସତ୍ୟକୁ ଧ୍ୟାନ

ଲେଖାକୁ କଲେ ତ୍ରୁଟିଶୂନ୍ୟ
ବଢ଼ିବ ଲେଖକଂକ ମାନ
ପ୍ରମାଣ ପାଇବେ ସୁଜନ
ସେ ନୁହଂତି ଦାୟିତ୍ୱହୀନ

Comments are closed.