ଭୁବନେଶ୍ବର: ରାଜରାସ୍ତାରେ ସରପଞ୍ଚ ମହାସଂଘ । ନାରା ଆମର ଦାବି ପୁରଣ ହେଉ ଚଳିବ ନାହିଁ, ଅଫିସରଙ୍କ ରାଜ । ହାତରେ ଦାବି ସମ୍ପର୍କିତ ଫ୍ଲାକାଡ ଧରି ଆନ୍ଦୋଳନକୁ ଓହ୍ଲାଇଲେ ସରପଞ୍ଚ ମହାସଂଘ । ଗ୍ରାମ ପଞ୍ଚାୟତକୁ କ୍ଷମତା ପୂର୍ଣ୍ଣ ଅନୁଦାନ, ଦରମା ବୃଦ୍ଧି, ଅବସରକାଳୀନ ମାସିକ ଭତ୍ତା ୫ ହଜାର ଟଙ୍କା ଭଳି ବିଭିନ୍ନ ଦାବି ନେଇ ସରପଞ୍ଚ ମହାସଂଘର ଆନ୍ଦୋଳନ । ନବୀନ ନିବାସ ଘେରାଉ କରିବାକୁ ଶହ ଶହ ସରପଞ୍ଚ ମାଷ୍ଟରକ୍ୟାଣ୍ଟିନ ଛକରୁ ନବୀନ ନିବାସ ଯାଉଥିଲେ। ନବୀନ ନିବାସକୁ ଯିବାବେଳେ ଶିଶୁଭବନ ଛକରେ ସରପଞ୍ଚକୁ ଅଟକାଇଛନ୍ତି ପୋଲିସ । ସରପଞ୍ଚ ମହାସଂଘ ଓ ପୋଲିସ କର୍ମୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଏହି ଆନ୍ଦୋଳନରେ ରାଜ୍ୟର ୬ ହଜାରରୁ ଅଧିକ ସରପଞ୍ଚ ସାମିଲ ହୋଇଛନ୍ତି । ମହାସଂଘ ପକ୍ଷରୁ ଦାବି କରାଯାଇଛି ସରପଞ୍ଚମାନଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଉ ଅର୍ଥାତ ପଂଚାୟତକୁ ପୂର୍ଣ୍ଣ କ୍ଷମତା ଦିଆଯାଉ । ଏହା ସହ ସରପଞ୍ଚମାନଙ୍କ ଦରମା ମାସିକ ୩୦ ହଜାର ଟଙ୍କା, ଅବସରକାଳୀନ ଭତ୍ତା ୫ ହଜାର ଟଙ୍କା କରାଯାଉ ବୋଲି ଦାବି କରିଛନ୍ତି ।
ସରପଞ୍ଚ ମହାସଂଘ ପକ୍ଷରୁ କୁହାଯାଇଛି ଦାବିପୁରଣ କରିବା ପରିବର୍ତ୍ତେ ସରକାର ତାଙ୍କୁ ପ୍ରତାରଣା କରିଛନ୍ତି । ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ସରପଞ୍ଚ ।
Comments are closed.