Latest Odisha News

BREAKING NEWS

କଟକ ଏସସିବିରେ ଡେଙ୍ଗୁ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ

କଟକ: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ(ଏସସିବି) ରେ ବୁଧବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି ।

ମୃତକ ରୋଗୀଙ୍କ ନାମ ରମା ବାରିକ (୫୦) ଏବଂ ସେ ପୁରୀ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ସମ୍ପୃକ୍ତ ମହିଳାଙ୍କ ଶରୀରରେ ଡେଙ୍ଗୁ ରୋଗ ଚିହ୍ନଟ ପରେ ଅକ୍ଟୋବର ୮ ତାରିଖରେ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ମେଡିକାଲରେ ଚିକିତ୍ସାରତ ଥିଲେ ।

ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ଜଣେ ବ୍ୟକ୍ତି ମଧ୍ୟ ଡେଙ୍ଗୁ ରୋଗରେ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.