ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ବଲିଉଡର ମୋଷ୍ଟ ହ୍ୟାଣ୍ଡସମ ଆକ୍ଟର ହ୍ରିତିକ୍ ରୋଶନଙ୍କ ଚଳଚ୍ଚିତ୍ର ୱାର ବକ୍ସ ଅଫିସରେ ଧମାକା ସୃଷ୍ଟି କରିବା ପରେ ଏବେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଗାମୀ ସିନେମରେ ହ୍ରିତିକ୍ ବିଗ ବିଙ୍କ ସ୍ଥାନ ନେବେ ବୋଲି କୁହାଯାଉଛି ।
ନିର୍ଦ୍ଦେଶକ ଫରାହ ଖାନଙ୍କ ଆଗାମୀ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ହ୍ରିତିକ୍ ନଜର ଆସିବେ । ଏହି ସିନେମାର ପ୍ରଯୋଜନା ଭାର ରୋହିତ ସେଟ୍ଟୀ ବହନ କରିବା ସହ ନିର୍ଦ୍ଦେଶନାରେ ମଧ୍ୟ ସାମିଲ ରହିବ।
ଫରାହଙ୍କ ଏହି ଚଳଚ୍ଚିତ୍ରଟି ସିନେମା ‘ସତ୍ତେ ପେ ସତ୍ତା’ର ରିମେକ୍। ଅମିତାଭ ବଚ୍ଚନ-ହେମା ମାଳିନୀଙ୍କ ଅଭିନୀତ ଏହି ସିନେମାଟି ସେ ସମୟରେ ଅନେକ ଲୋକପ୍ରିୟତା ସାଉଁଟି ଥିଲା ।
ପୂର୍ବରୁ ଅମିତାଭ ଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ଅଗ୍ନୀପଥ୍ ର ରିମେକ୍ ରେ ମଧ୍ୟ ନଜର ଆସିଥିଲେ ହ୍ରିତିକ୍। ଯାହା ବକ୍ସ ଅଫିସରେ ବେଶ ସଫଳ ହୋଇଥିଲା।
Comments are closed.