Latest Odisha News

ବିବାହ ପରେ ବି ଭାରତୀୟ ଯୋଡି ପରସ୍ପରକୁ ଠକୁଛନ୍ତି : ଷ୍ଟଡି

ନୂଆଦିଲ୍ଲୀ: ଅନ୍ୟ ଦେଶ ପରି ଭାରତରେ ମଧ୍ୟ ବିବାହିତ ଯୋଡି ପରସ୍ପରକୁ ଠକିବା ଆରମ୍ଭ କରିଛନ୍ତି । ଏକ୍ସଟ୍ରା ମ୍ୟାରିଟେଲ ଡେଟିଂ ଆପ ଗ୍ଲୀଡନ ପକ୍ଷରୁ ଏହି ତଥ୍ୟ ରଖାଯାଇଛି । ବିବାହ ପରେ ବି ଅନ୍ୟ ସହିତ ସମ୍ପର୍କ ରଖିବାକୁ ପଛାଉ ନାହାନ୍ତି । ଏହି ଷ୍ଟଡିରେ ୨୫ରୁ ୫୦ ବର୍ଷ ମଧ୍ୟରେ ଟିୟର ୧, ଟିୟର ୨ ସହରର ୧୫୦୩ ଜଣ ବିବାହିତ ଭାରତୀୟଙ୍କୁ ଏଥିରେ ସାମିଲ କରାଯାଇଥିଲା । ୬୦ ପ୍ରତିଶତରୁ ଅଧିକ ନିଜ ଯୋଡୀଦାର ବ୍ୟତୀତ ଅନ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି । ଅବଶ୍ୟ ଏଥିରେ ଶାରୀରିକ, ବନ୍ଧୁତା ଓ ଭାବନାତ୍ମକ ପରି ଭିନ୍ନ ଭିନ୍ନ ସମ୍ପର୍କ ରହିଛି । ଏଥିରୁ ସ୍ପଷ୍ଟ ଭାବେ କିନ୍ତୁ ଜଣାପଡିଛି ଯେ, ପାରମ୍ପାରିକ ରୀତି ନୀତିକୁ ଖାତିର ନ କରି ଏବେକାର ବୈବାହିତ ଯୋଡି ପରିସ୍ଥିତି ଅନୁସାରେ ଅନ୍ୟ ସହିତ ସମ୍ପର୍କ ରଖୁଛନ୍ତି ।

ଭାରତୀୟଙ୍କୁ ନେଇ ଏହା ନିଶ୍ଚିତ ଭାବେ ଏକ ଅବିଶ୍ୱସନୀୟ ଖୁଲାସା । ବିବାହ ପରେ ଭାରତୀୟ ଯୋଡି ପରସ୍ପର ପ୍ରତି ଉତ୍ସର୍ଗୀକୃତ ମନୋଭାବ ରଖିଥାନ୍ତି । ଷ୍ଟଡିରେ ୪୬ ପ୍ରତିଶତ ଅନ୍ୟ ସହିତ ଶାରୀରିତ ସମ୍ପର୍କ ରଖିବାକୁ ମଧ୍ୟ ପଛାଉ ନାହାନ୍ତି । କୋଲକାତାରେ ଏହା ଅଧିକ ଦେଖିବାକୁ ମିଳୁଛି । ୩୬ ପ୍ରତିଶତ ମହିଳା ଓ ୩୫ ପ୍ରତିଶତ ପୁରୁଷ ଭର୍ଚୁଆଲ ପ୍ଲର୍ଟିଂରେ ଆକର୍ଷିତ ହେଉଛନ୍ତି । କୋଚିରେ ଏହାର ମାତ୍ରା ସର୍ବାଧିକ ଦେଖିବାକୁ ମିଳିଛି । କଳ୍ପନାରେ ୩୩ରୁ ୩୫ ପ୍ରତିଶତ ଅନ୍ୟ କାହା ସହିତ ରହିବା ସ୍ୱପ୍ନ ଦେଖୁଥିବା ଏହି ଷ୍ଟଡିରେ ପ୍ରକାଶ ପାଇଛି ।

Comments are closed.