Latest Odisha News

BREAKING NEWS

ନବୀନ ନିବାସରେ ବ୍ରହ୍ମପୁର ଓ ଆସିକା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ

ଭୁବନେଶ୍ବର: ଆଜି ନବୀନ ନିବାସରେ ବ୍ରହ୍ମପୁର ଓ ଆସିକା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ବୈଠକରେ ଗଞ୍ଜାମ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ବାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ଆସନ ନେଇ ଏହି ବୈଠକରେ ଆଲୋଚନା ହୋଇଛି । ସବୁ ନିର୍ବାଚନମଣ୍ଡଳୀରେ କିଭଳି ବିଜୟ ହେବ ସେନେଇ ଆଲୋଚନା କରାଯାଇଛି । ସବୁ ଆସନରେ ଜିତିବା ପାଇଁ ପରସ୍ପର ସହ ସମନ୍ବୟ ରକ୍ଷା କରି କାମ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ସେହିପରି ଆସିକା ଲୋକସଭା କ୍ଷେତ୍ର ସମୀକ୍ଷା ଶେଷ ହେବା ପରେ ବିଧାୟିକା ଲତିକା ପ୍ରଧାନ କହିଛନ୍ତି, ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି । ଲୋକସଭା ଓ ସମସ୍ତ ବିଧାନସଭାରେ କିଭଳି ଭାବେ ସଂଗଠନ ସୁଦୃଢ ହେବ ବୋଲି ସେନେଇ ଆଲୋଚନା ହୋଇଥିବା ବିଧାୟିକା କହିଛନ୍ତି ।

ତେବେ ପ୍ରଥମେ ପୁରୀ, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ପରେ ଗତକାଲି କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ର ଲାଗି ବିଜେଡିର ସମୀକ୍ଷା ବୈଠକ ହୋଇଥିଲା ।

Comments are closed.