Latest Odisha News

BREAKING NEWS

୯ ଜଣିଆ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପିର ତୃତୀୟ ତାଲିକାରେ ତାମିଲନାଡୁର ୯ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଚେନ୍ନାଇ ଦକ୍ଷିଣ ଆସନରୁ ବିଜେପି ପୂର୍ବତନ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜଙ୍କୁ ପ୍ରାର୍ଥୀ କରିଛି ଦଳ। ତାମିଲାଇସାଇ ସୁନ୍ଦରରାଜ ଦୁଇ ଦିନ ପୂର୍ବେ ତେଲେଙ୍ଗାନାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

ଚେନ୍ନାଇ ସେଣ୍ଟ୍ରାଲରୁ ବିଜେପି ବିନୋଦ ପି ସେଲଭାମଙ୍କୁ ଠିଆ କରିଛି। ଯେତେବେଳେ ଦଳ ଭେଲୋରରୁ ଏସି. ଶାନମୁଗାମଙ୍କୁ ଟିକେଟ ଦେଇଛି। ଏଥିସହ ସି, ନରସିହ୍ମାକୁ କୃଷ୍ଣଗିରିରୁ ପ୍ରାର୍ଥୀ କରାଯାଇଛି। ଏହା ବ୍ୟତୀତ ଏଲ ମୁରୁଗାନଙ୍କୁ ନୀଳଗିରିରୁ ପ୍ରାର୍ଥୀ କରାଯାଇଛି।

Comments are closed.