ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
‘ କାହିଁକି , କେନ, କ୍ୟୋଁ, ହ୍ବାୟ୍ ? ‘
ଜାଣିବା ପାଇଁ ଇଚ୍ଛା ହୁଏ
ସହଜେ ମିଳେନି ଉତ୍ତର
ଏ କଥା କରିବା ସ୍ବୀକାର
‘ କିଏ, କେଉଁଠି, କେବେ? ‘ ପ୍ରଶ୍ନ
ଉତ୍ତର ସହଜେ ସଂଧାନ
ହୁଏ ସବୁଠି ସବୁବେଳେ
ଏମିତି ଢଂଗେ ବିଶ୍ବ ଚଳେ
‘ କାହିଁକି ଚଳେ ଏହିଭଳି ? ‘
ପଚାରି ନ କରିଲେ କଳି
ସଭିଏଁ ହୋଇ ନିଜ ପରି
ସଂସାରେ ଥାଂତି ବାସ କରି
‘ କାହିଁକି ? ‘ ପଚାରୁଁ କାହିଁକି ?
ଥରେ ବିଚାର କରିବା କି ?
ହୁଏତ ମିଳିବ ଉତ୍ତର
ମନ ବି ହେବ ସୁଖ-ଘର
ଯାହା ଘଟୁଛି ଚାରିଆଡ଼େ
ସେଆଡ଼େ ମନ ବି ଦଉଡ଼େ
ମନକୁ ମିଳେ କ୍ଳାଂତି, ଭ୍ରାଂତି
କିପରି ଉପୁଜିବ ଶାଂତି ?
ମନରେ ଶାଂତି ଉତ୍ପାଦନ
କରିଲେ ମନୁଷ୍ଯ ସଂତାନ
ସାରେ କଳ୍ପିତ ସବୁ କାମ
ଶ୍ରମ ଲଗାଇ ଅବିରାମ
କାରଣ ଯାହା ହେଉ ପଛେ
କାମରୁ କେବେ ବି ନ ଘୁଂଚେ
ସଂସାରେ ସୁଖ ପାଇ ବଂଚେ
ଭବିଷ୍ୟତ ନିମଂତେ ସଂଚେ
ମନକୁ ଦୁଶ୍ଚିଂତା ନିବାସ
କରିଲେ ହୁଏ ବଡ଼ ଦୋଷ
ଦୁଶ୍ଚିଂତା ସବୁ ଦେଲେ ତଡ଼ି
ସଂତୋଷ ସହ ପାରୁଁ ବଢ଼ି
ମଣିଷ ରୋଗୀ ଓ ବଇଦ
ଉଭୟ ହୋଇଲେ ବିପଦ
କ୍ରମଶଃ ପାଇଥାଏ ହ୍ରାସ
ଯେ କେହି ଦେଖାଏ ସାହସ
Comments are closed.