ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ଏହି ପର୍ବ ପାଳନ ହୁଏ । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । ଘରେ ହେଉ କି ବାହାରେ ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ବାଣ୍ଟି ଚାଲିଛି ଏହି ରଙ୍ଗ ଖେଳି । କିଏ କାହାକୁ ପିଚକାରୀ ଧରି ରଙ୍ଗ ମାରୁଛି ତ ପୁଣି କିଏ ଅବିରରେ ଖେଳୁଛନ୍ତି ହୋଲି । ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ସଭିଏଁ ।
ପୌରାଣିକ ତତ୍ତ୍ୱ ଅନୁସାରେ ରାଧାକୃଷ୍ଣଙ୍କ ପ୍ରେମର ପ୍ରମାଣ ହେଉଛି ହୋଲି ଖେଳ । ସେନେଇ ହୋଲି ପୂର୍ବଦିନ ଅର୍ଥାତ୍ ଦୋଳଯାତ୍ରା ଦିନ ଅନେକ ସ୍ଥାନରେ ଲୋକେ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଏହାପରେ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚ ଦିନ ବ୍ୟାପୀ ପୂଜାର୍ଚ୍ଚନା କରାଯାଏ । ଏହାକୁ ପଞ୍ଚୁଦୋଳ ପର୍ବ ବୋଲି କୁହାଯାଏ । ଏହାପରେ ରଙ୍ଗ ଖେଳ ହୋଇଥାଏ ।
ରଙ୍ଗ ପର୍ବ କୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଆୟୋଜନ ହୋଇଛି । ଅନ୍ୟପଟେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନ ଉପରେ କମିଶନରେଟ ପୋଲିସ ପକ୍ଷରୁ ଚଢାଉ କରାଯାଇ ରଙ୍ଗର ମାନ ଯାଞ୍ଚ କରାଯାଇଛି । କେମିକାଲ ମିଶ୍ରିତ ରଙ୍ଗ ବିକୁଥିବା ଦୋକାନୀଙ୍କୁ ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି ପୋଲିସ ।
ହୋଲିର ଯେପରି କିଛି ଅଘଟଣ ନଘଟେ ସେନେଇ ପୋଲିସ ଓ ଅଗ୍ନିଶମବାହୀନି ସଜାଗ ରହିଛନ୍ତି । ରାଜଧାନୀର ସମସ୍ତ ଗଳିକନ୍ଦିରେ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ ଆହୁରି ବଢାଇ ଦିଆଯାଇଛି । ହୋଲିରେ ଅମାନିଆଙ୍କୁ ସାବାଡ କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ‘ଏକ୍ସ’ ରେ ପୋଷ୍ଟ କରି କହିଛନ୍ତି, ‘ଆନନ୍ଦ ଏବଂ ଉତ୍ସାହର ପର୍ବ ହୋଲି ପାଇଁ ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ଏହି ପର୍ବ ଭାରତର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପ୍ରତୀକ । ମୋର ମଙ୍ଗଳ କାମନା ଯେ, ଏହି ରଙ୍ଗର ପର୍ବରେ ଦେଶବାସୀଙ୍କ ମଧ୍ୟରେ ପ୍ରେମ ଏବଂ ଭାଇଚାରା ଭାବନାକୁ ଆହୁରି ଦୃଢ କରୁ ଏବଂ ସମସ୍ତଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିଦେଉ’ ।
सभी देशवासियों को उमंग और उत्साह के पर्व होली की हार्दिक शुभकामनाएं। समरसता और सद्भाव का यह त्योहार भारत की अमूल्य सांस्कृतिक विरासत का जीवंत प्रतीक है । मेरी मंगल कामना है कि रंगों का यह उत्सव देशवासियों में प्रेम और भाईचारे की भावना को और अधिक मजबूत करे तथा सबके जीवन में…
— President of India (@rashtrapatibhvn) March 25, 2024
ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳ ‘ଏକ୍ସ’ ରେ ଏକ ପୋଷ୍ଟ କରି ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ପୋଷ୍ଟରେ ସେ କହିଛନ୍ତି ଯେ, ‘ଆନନ୍ଦ ଓ ଉଲ୍ଲାସର ପର୍ବ ପବିତ୍ର ହୋଲି ଅବସରରେ ରାଜ୍ୟବାସୀ ଭାଇଭଉଣୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ’।
Hon'ble Governor wishes everyone a happy and safe #Holi.
ଆନନ୍ଦ ଓ ଉଲ୍ଲାସର ପର୍ବ ପବିତ୍ର #ହୋଲି ଅବସରରେ ମାନ୍ୟବର ରାଜ୍ୟପାଳ ରାଜ୍ୟବାସୀ ଭାଇଭଉଣୀଙ୍କୁ ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।#HappyHoli pic.twitter.com/NyzLpXirLs
— Governor Odisha (@GovernorOdisha) March 26, 2024
Comments are closed.