Latest Odisha News

BREAKING NEWS

ରୋହିତଙ୍କୁ ହାତୀ ସହିତ ତୁଳନା କଲେ ସିଦ୍ଧୁ

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ନଭଜୋତ ସିଂ ସିଦ୍ଧୁ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କୂ ଭୂୟସୀ ପ୍ରଶଂସା କରିଛନ୍ତି । ଚଳିତ ଆଇପିଏଲରେ ରୋହିତଙ୍କୁ ହଟେଇ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୋହିତଙ୍କ ପ୍ରଶଂସକ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମୁମ୍ବାଇର ପ୍ରଦର୍ଶନ ଏହି ସିଜନରେ ଏ ପର୍ଯ୍ୟନ୍ତ ସେଭଳି ଉତ୍ସାହଜନକ ରହି ନାହିଁ । ଇତି ମଧ୍ୟରେ ସିଦ୍ଧୁ ହିଟମ୍ୟାନ ରୋହିତଙ୍କୁ ହାତୀ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି ଯେ, ହାତୀ ଦେହରେ ଧୂଳି ଲାଗିଥିଲେ ବି ସେ ସମ୍ମାନ ପାଇବ । ଆଉ କୁକୁର ସୁନା ଚେନରେ ବନ୍ଧା ହେଲେ ମଧ୍ୟ ସମ୍ମାନିତ ହେବନି ।

ସେ ଆହୁରି ମଧ୍ୟ କହିଛନ୍ତି, ସବୁ ପର୍ବତରେ ମଣି ମାଣିକ୍ୟ ନ ଥାଏ । ସମସ୍ତ ହାତୀ ମସ୍ତକରେ ମୁକ୍ତା ମଣି ରହି ନ ଥାଏ । ସବୁ ଜଙ୍ଗଲରେ ଚନ୍ଦନ ଗଛ କିମ୍ବା ସବୁ ଫ୍ରାଂଚାଇଜ ନିକଟରେ ରୋହିତ ନ ଥାନ୍ତି । ସିଦ୍ଧୁ ତାଙ୍କ ଶୈଳୀରେ ପରୋକ୍ଷରେ ହାର୍ଦ୍ଦିକଙ୍କୁ ଟାର୍ଗେଟ କରିଥିବା ଅନୁମାନ କରାଯାଉଛି । ଏବେ ରୋହିତ ଓ ହାର୍ଦ୍ଦିକ ଯୋଗୁ ମୁମ୍ବାଇର ଖେଳାଳି ଦୁଇ ଭାଗରେ ଭାଗ ହୋଇଛନ୍ତି । ସେ ଯାହା ବି ହେଉ ସିଦ୍ଧୁଙ୍କ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି ।

Comments are closed.