Latest Odisha News

୪୪ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ଟାଇଟଲ ଜିତି ଇତିହାସ ରଚିଲେ ବୋପାନ୍ନା

ମାୟାମି: ଭାରତର ଟେନିସ ଷ୍ଟାର ରୋହନ ବୋପାନ୍ନା ମାୟାମି ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଛନ୍ତି । ୪୪ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ୧୦୦୦ ଜିତିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ନିଜ ରେକର୍ଡ ସେ ନିଜେ ଭାଙ୍ଗିଛନ୍ତି । ଗତ ବର୍ଷ ଇଣ୍ଡିଆନ ୱେଲ୍ସ ଜିତି ସେ ଏହି ରେକର୍ଡ କରିଥିଲେ । ଫାଇନାଲରେ ରୋହନ ଓ ତାଙ୍କ ଅଷ୍ଟ୍ରେଲୀୟ ପାର୍ଟନର ମାଥ୍ୟୁ ଏବଡେନ ୬-୭, ୬-୩ ଓ ୧୦-୧୬ରେ କ୍ରୋଏସିଆର ଇଭାନ ଡୋଡିକ ଓ ଆମେରିକାର ଅଷ୍ଟିନ କ୍ରାଜସେକଙ୍କୁ ପରାସ୍ତ କରିଥିଲେ ।

ବୋପାନ୍ନା ଷଷ୍ଠ ଥର ପାଇଁ ଏଟିପି ମାଷ୍ଟର୍ସ ଟାଇଟଲ ଜିତିଛନ୍ତି । ସେ ଏହା ପୂର୍ବରୁ ୨୦୧୨ ପ୍ୟାରିସ, ୨୦୧୫ ମାଡ୍ରିଡ, ୨୦୧୭ ମୋଂଟେକାର୍ଲୋ ଓ ଇଣ୍ଡିଆନ ୱେଲ୍ସ ଜିତିଛନ୍ତି । ଚଳିତ ବର୍ଷ ଏବଡେନଙ୍କ ସହ ଅଷ୍ଟ୍ରେଲିଆ ଓପନ ଜିତି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି ।

Comments are closed.