Latest Odisha News

ଗେଲଙ୍କ ରେକର୍ଡ ସହ ସମକକ୍ଷ ହେଲେ ୱାର୍ଣ୍ଣର, ଧୋନୀଙ୍କ ଆଉ ଏକ କୀର୍ତିମାନ

ବିଶାଖପଟନମ: ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ଅବସରରେ ଡେଭିଡ ୱାର୍ଣ୍ଣର ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ୱାର୍ଣ୍ଣର ଟି୨୦ କ୍ରିକେଟରେ ସର୍ବାଧିକ ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି । ସେ ୧୧୦ ଥର ଏହି ସଫଳତା ହାସଲ କରି ଗେଲଙ୍କ କ୍ଲବରେ ସାମିଲ ହୋଇଛନ୍ତି । ବିରାଟ କୋହଲି ୧୦୧ ଅର୍ଦ୍ଧଶତକ ସହ ଦ୍ୱିତୀୟ ଏବଂ ବାବର ଆଜମ(୯୮) ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଚେନ୍ନାଇର ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଟି୨୦ କ୍ୟାରିୟରରେ ୱିକେଟକିପର ଭାବେ ୩୦୦ତମ ଡିସମିସାଲ କରିଛନ୍ତି ।

ସେ ପ୍ରଥମ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । କାମରନ ଆକମଲ ଓ ଦୀନେଶ କାର୍ତିକ ୨୭୪ ଲେଖାଏଁ ଡିସମିସାଲ ସହ ଦ୍ୱିତୀୟ ଏବଂ କ୍ୱିଟଂନ ଡିକକ ୨୭୦ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ୧୯୨ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସମ୍ମୁଖରେ ରଖିଛି ।

Comments are closed.