Latest Odisha News

BREAKING NEWS

ଜଲପାଇଗୁଡିରେ ପ୍ରକୃତିର ତାଣ୍ଡବ: ୫ଜଣଙ୍କ ମୃତ୍ୟୁ, ୩୦୦ରୁ ଅଧିକ ଆହତ

କୋଲକାତା: ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ । ଜଲପାଇଗୁଡିରେ ଆକସ୍ମିକ ଝଡ଼ ନେଲା ୫ଜଣଙ୍କ ଜୀବନ । ଏଥିସହ ୩୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ଜଲପାଇଗୁଡି ଜିଲ୍ଲାର ଦୁଇଟି ଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ି ଯାତାୟତରେ ବାଧା ସୃଷ୍ଟି ହୋଇଛି ।

ପ୍ରବଳ ପବନରେ ବିଦ୍ୟୁତ୍ ଖୁଣ୍ଟ ଗୁଡ଼ି ଉପୁଡ଼ି ପଡ଼ିଥିବା ସୂଚନା ରହିଛି । ସେ କହିଛନ୍ତି ଯେ ବାତ୍ୟା ଯୋଗୁଁ ରାଜାରହାଟ, ବର୍ଣ୍ଣିଶ, ବକାଲି, ଜୋରପାକଡ଼ି, ମାଧବଡଙ୍ଗା ଏବଂ ସପ୍ତିବାରୀ ଅଧିକ ପ୍ରଭାବିତ ହୋଇଛନ୍ତି ଏବଂ ଅନେକ ଏକର ଅଞ୍ଚଳରେ ଚାଷ ହୋଇଥିବା ଫସଲ ନଷ୍ଟ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କ ସହ କଥା ହେବା ପରେ ରିଲିଫ କାର୍ଯ୍ୟର ତଦାରଖ କରିଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏବଂ ବାତ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ପାଇଁ ଜଲପାଇଗୁଡି ସୁପର ସ୍ପେସିଆଲିଟି ହସ୍ପିଟାଲରେ ପହଞ୍ଚିଥିଲେ । ଜଲପାଇଗୁଡିରେ ପହଞ୍ଚିବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି, ଏକ ଘୂର୍ଣ୍ଣିବଳୟ ଘଟିଛି, ଏଥିରେ ଅନେକ ଘର ନଷ୍ଟ ହୋଇଥିବା ବେଳେ ଏବଂ ୫ ଜଣଙ୍କର ମୃତ୍ୟୁ ଘଟିଛି, ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପଶ୍ଚିମବଙ୍ଗର ବିଜେପି କର୍ମୀଙ୍କୁ ସୋସିଆଲ ମିଡ଼ିଆ ଏକ୍ସରେ ଆହ୍ୱାନ କରିଛନ୍ତି ମୋଦୀ

Comments are closed.