Latest Odisha News

BREAKING NEWS

ଦେଶରେ ଆଜିଠୁ ନୂଆ ନିୟମ, ଜାଣନ୍ତୁ ସେଗୁଡିକ ବିଷୟରେ..

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆର୍ଥିକ ବର୍ଷ । ୨୦୨୪-୨୫ ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ସାରା ଦେଶରେ ଅନେକ କିଛି ନୂଆ ନିୟମ ବଦଳିବାକୁ ଯାଉଛି ମିଳିବ । ଯାହା ସାଧାରଣ ଲୋକଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ଏହି ନିୟମ ପରିବାର୍ତ୍ତ ଭିତରେ କଣ କଣ ରହିଛି ।

ଏଥିରେ ଏଲପିଜି ସିଲିଣ୍ଡର ଦର ଠାରୁ ଆରମ୍ଭ କରି ପାନ-ଆଧାର ଲିଙ୍କ, ଫାଷ୍ଟଟ୍ୟାଗ୍‌‌, ନ୍ୟାସନାଲ ପେନସନ ସିଷ୍ଟମ, ମ୍ୟୁଚୁଆଲ ଫଣ୍ଡ, ଡେବିଟ୍ ଓ କ୍ରେଡିଟ୍ କାର୍ଡ, ଆୟକର, ବୀମାରାଶି ଏବଂ କାର ମୂଲ୍ୟ ପରିବର୍ତ୍ତନ ହେବ ।

ଆର୍ଥିକ ବର୍ଷ ୨୦୨୪-୨୫ ଆରମ୍ଭରୁ ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର । ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଛି । ୩୦ ଟଙ୍କା ୫୦ ପଇସା ଦର କମିଛି ।

ନୂଆ ନିୟମ ଅନୁଯାୟୀ, ଇପିଏଫ୍ ଆକାଉଣ୍ଟଧାରୀ ଚାକିରୀ ବଦଳାଇବା ମାତ୍ରେ ତାଙ୍କର ସେଥିରେ ଥିବା ବଳକା ଅର୍ଥ ନୂଆ ଆକାଉଣ୍ଟକୁ ଆପେ ସ୍ଥାନାନ୍ତର ହୋଇଯିବ । ଯାହା ଇପିଏଫଓଧାରୀଙ୍କୁ ବହୁତ ସାହାର୍ଯ୍ୟକାରୀ ହେବ ।

ସେହିପରି ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଏନପିଏସ ଗ୍ରାହକଙ୍କୁ ସାଇବର ଜାଲିଆତିରୁ ରକ୍ଷା କରିବା ପାଇଁ ଏହାର ଲଗଇନ୍ ସିଷ୍ଟମରେ ପରିବର୍ତ୍ତନ କରିଛି । ବର୍ତ୍ତମାନ ଏନପିଏସ ଆକାଉଣ୍ଟକୁ ଲଗଇନ କରିବାକୁ ହେଲେ ଆଖାଉଣ୍ଟଧାରୀ ମାନଙ୍କୁ ଆଇଡି ଓ ପାସଓ୍ବାର୍ଡରେ ମୋବାଇଲ ନମ୍ବର ଓ ଆଧାର ଲିଙ୍କ କରିବାକୁ ପଡିବ ।

ଫାଷ୍ଟଟ୍ୟାଗ୍‌‌ ସହ ଜଡିତ ନିୟମ ଆଜିଠୁ ବଦଳୁଛି । ସେହିପରି ମାର୍ଚ୍ଚ 32 ତାରିଖ ସୁଦ୍ଧା ଫାସଟାଗ୍ କେୱାଇସି ଅପଡେଟ୍ କରିନଥିଲେ ଫାସଟାଗ୍ ବନ୍ଦ ହୋଇଯାଇପାରେ ।

ଅନ୍ୟପଟେ ଏପର୍ଯ୍ୟନ୍ତ ଟିକସ ଦାଖଲ ପଦ୍ଧତି ଚୟନ କରିନଥିବା ଗ୍ରାହକଙ୍କୁ ସ୍ୱୟଂଚାଳିତ ଭାବରେ ନୂତନ ଟିକସ ବ୍ୟବସ୍ଥାରେ ଟିକସ ଦାଖଲ କରିବାକୁ ପଡିବ । ନୂଆ ଟିକସ ଢାଞ୍ଚାରେ ଜଣକୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ । ନୂଆ ଆୟକର ସ୍ଲାବ୍ ଅନୁସାରେ ୩ ଲକ୍ଷ ୧ ଟଙ୍କାରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫ ପ୍ରତିଶତ ଦେବାକୁ ପଡ଼ିବ । ୬ ଲକ୍ଷ ୧ ଟଙ୍କାରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦ ପ୍ରତିଶତ ଟିକସ ଦେବାକୁ ହେବ । ୯ ଲକ୍ଷ ୧ ଟଙ୍କାରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୫ ପ୍ରତିଶତ ଟିକସ ପଡ଼ିବ । ୧୨ ଲକ୍ଷ ୧ ଟଙ୍କାରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦ ପ୍ରତିଶତ ଟିକସ ଦେବାକୁ ହେବ । ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ ।

ଆଜି ଠାରୁ ବୀମା ପଲିସି ଡିଜିଟାଇଜକୁ ବାଧ୍ୟତାମୂଳକ କରାଯିବ । ନିର୍ଦ୍ଦେଶ ଅନୁଯାୟୀ, ଜୀବନ, ସ୍ବାସ୍ଥ୍ୟ ଏବଂ ସାଧାରଣ ବୀମା ସମେତ ବିଭିନ୍ନ ବର୍ଗର ସମସ୍ତ ବୀମା ନୀତି ଇଲେକ୍ଟିନୋକିକ୍ ଭାବରେ ପ୍ରଦାନ କରାଯିବ । ଇ-ବିମା କ୍ଷେତ୍ରରେ ବୀମା ଯୋଜନାଗୁଡିକ ଏକ ସୁରକ୍ଷିତ ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ପରିଚାଳିତ ହେବ ।

ସେହିପରି କିଛି ବ୍ୟାଙ୍କ ସେମାନଙ୍କ କ୍ରେଡିଟ୍ କାର୍ଡ ନିମୟରେ ସଂଶୋଧନ ଆଣିବା ପାଇଁ ଘୋଷଣା କରିଛନ୍ତି । ଏହାସହିତ ଏସବିଆଇ କ୍ରେଡିଟ୍‌‌ କାର୍ଡ ବ୍ୟବହାର କରୁଥିବା ଗ୍ରାହକ ଯଦି ଏପ୍ରିଲ ୧ ପରେ ରେଣ୍ଟ ପ୍ରଦାନ କଲେ ତାଙ୍କୁ ଆଉ ରିୱାର୍ଡ ପଏଣ୍ଟ ମିଳିବ ନାହିଁ।

Leave A Reply

Your email address will not be published.