Latest Odisha News

ଉତ୍କଳ ଦିବସ ଅବସରରେ ରମ୍ଭା ପ୍ୟାଲେସର ନବୀକୃତ ରୂପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରୂପାନ୍ତରିକରଣ ହେଲା ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ରାଜବାଟୀ ରମ୍ଭା ରାଜପ୍ରସାଦ। ଉତ୍କଳ ଦିବସ ଅବସରରେ ରମ୍ଭା ପ୍ୟାଲେସର ନବୀକୃତ ରୂପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ଏହି ପ୍ରାସାଦରେ ହିଁ ‘ଉତ୍କଳ ସମ୍ମିଳନୀ ’ର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଉଦ୍‌ଘାଟନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ପ୍ରଥମ ଉତ୍କଳ ସମ୍ମିଳନୀ ଆୟୋଜନ କରିବାଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ ଏବଂ ଜବାହାରଲାଲ ନେହେରୁଙ୍କ ଭଳି ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ପର୍ଯ୍ୟନ୍ତ, ଏହି ରାଜପ୍ରାସାଦ ଓଡ଼ିଆ ପରିଚୟ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।”

ମୁଖ୍ୟମନ୍ତ୍ରୀ କହିଛନ୍ତି,‘୧୭୯୧-୯୨ ମସିହାରେ ନିର୍ମିତ ଏହି ପ୍ରାସାଦଟିକୁ ନବୀକୃତ ରୂପ ଦିଆଗଲା। ଏଇଠୁ ହିଁ ପଡ଼ିଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୂଳଦୁଆ। ଓଡ଼ିଶାର ଗୌରବମୟ ଇତିହାସରେ ରହିଛି ବିଶେଷ ଭୂମିକା। ଏହି ପ୍ୟାଲେସ୍ ନିର୍ମାଣ ଦ୍ୱାରା ଓଡ଼ିଶା ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକଙ୍କୁ ସ୍ୱାଗତ କରିବ। ଚିଲିକା ହ୍ରଦର ଅନନ୍ୟ ଇକୋସିଷ୍ଟମ୍ ଏବଂ ଜୈବ ବିବିଧତା, ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ଉଭା ହେବ।’

Comments are closed.