Latest Odisha News

ଖୋର୍ଦ୍ଧା ଜିଲ୍ଲାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିବ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର

ଖୋର୍ଦ୍ଧା: ରାଜ୍ୟରେ ପ୍ରଚଣ୍ଡ ଖରା ପାଇଁ ବଦଳିଲା ଅଙ୍ଗନବାଡ଼ି ସମୟ । ଆଜି ଭୁବନେଶ୍ୱରରେ ତାପମାତ୍ରା ୪୩.୨ ଡିଗ୍ରୀ ପାର କରିଛି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ସକାଳ ସାଢେ ୬ରୁ ସାଢେ ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ।

ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ରାଜ୍ୟର ସମସ୍ତଙ୍କ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ସକାଳୁଆ ଘୋଷଣା କରିଥିଲେ ସରକାର । ଏପ୍ରିଲ ୨ରୁ ସମସ୍ତ ସ୍କୁଲ ସକାଳ ୭ଟାରୁ ସାଢେ ୧୧ଟା ଯାଏଁ ଚାଲୁଛି ।

ସୂଚନା ଥାଉକି ଆଜି ସକାଳ ହେଉ ହେଉ ଖରାର ପ୍ରକୋପ ବଢିବାରେ ଲାଗିଲା । ସମୟ ଗଡିବା ସହ ଉପକୂଳରୁ ଉପାନ୍ତ ସବୁଠି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱରର ପାରଦ ଉପରମୁହାଁ ହୋଇଛି । ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ ଥିବା ବେଳେ ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀର ପାରଦ ପହଁଚିଥିଲା ୪୩.୨ ଡିଗ୍ରୀ ସେଲସିୟସ୍ ଥିଲା।

Comments are closed.