Latest Odisha News

ଚେନ୍ନାଇ ବିପକ୍ଷରେ ହାଇଦ୍ରାବାଦର ସହଜ ବିଜୟ

ହାଇଦ୍ରାବାଦ: ଏଠାରେ ଗୁରୁବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରବାଦ ୬ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ଦଳ ୧୧ ବଲ ହାତରେ ଥାଇ ମ୍ୟାଚକୁ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ବିନିମୟରେ ୧୬୫ ରନ କରିଥିଲା । ଶିବମ ଦୁବେ ଦଳ ପକ୍ଷରୁ ସର୍ବାଧିକ ୪୫ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାନେ ୩୫, ରବୀନ୍ଦ୍ର ଜାଡେଜା ୩୧(ନଟଆଉଟ) ଓ ରିତୁରାଜ ଗାଏକ୍ୱାଡ ୨୬ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର, ଟିନଟରାଜନ, ପ୍ୟାଟକୁମିନ୍ସ, ଶାହାବାଜ ଅହମ୍ମଦ ଓ ଜୟଦେବ ଉନାଡକଟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୧୬୬ ରନର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୧୮.୧ ଓଭରରେ ୪ ୱିକେଟ ହରାଇ ହାସଲ କରିଥିଲା ।

ଆଇଡେନ ମାର୍କରାମ ଦଳ ପକ୍ଷରୁ ୫୦ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଟ୍ରେଭିଡ ହେଡ ୩୧, ଅଭିଷେକ ଶର୍ମା ୩୭ ଏବଂ ନୀତିଶ କୁମାର (୧୪) ଓ ହେନରିକ କ୍ଲାସେନ(୧୦) ରନ କରି ଅପରାଜିତ ରହିଥିଲେ । ଚେନ୍ନାଇ ପକ୍ଷରୁ ମୋଇନ ଅଲୀ ସର୍ବାଧିକ ୨ଟି ୱିକେଟ ନେଇଥିଲେ । ହାଇଦ୍ରାବାଦ ଓ ଚେନ୍ନାଇ ଉଭୟ ଏଥିସହ ୪ଟି ମ୍ୟାଚରୁ ୪ ପଂଏଟ ପାଇଛନ୍ତି ।

Comments are closed.