Latest Odisha News

BREAKING NEWS

ଏମିତି ଏକ ଗାଁ, ଯେଉଁଠି ସବୁଲୋକଙ୍କର ରହିଛି ଗୋଟିଏ କିଡିନୀ

ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗାଁରେ ସବୁଲୋକଙ୍କର ରହିଛି ଗୋଟିଏ କିଡ୍‌ନୀ । ଗୋଟିଏ କିଡିନୀରେ ଗାଁର ସବୁ ଲୋକ ବଞ୍ଚୁଛନ୍ତି।

ଏହି ଅଦ୍ଭୁତ ଗାଁଟି ରହିଛି ଆମ ପଡୋଶୀ ଦେଶ ନେପାଳରେ। ଏହି ଗାଁର ନାଁ ହୋକ୍‌ସେ । ଏଥରେ ଅଧିକାଂଶ ଲୋକେ ଗୋଟିଏ କିଡ୍‌ନୀରେ ଜୀବନ ବିତାଉଛନ୍ତି। କୌଣସି ରୋଗ ପାଇଁ ନୁହେଁ ବରଂ ଅଭାବରୁ ଏମାନେ କିଡ୍‌ନୀ ବିକ୍ରି କରୁଥିବା ଜଣାପଡିଛି ।

ନେପାଳରେ ଆସୁଥିବା ଭୂକମ୍ପ ଯୋଗୁଁ ଏମାନେ ଜୀବିକା ହରାଇବା ସହ ବାସଶୂନ୍ୟ ହୋଇଯାଆନ୍ତି। ତା’ପରେ ଅଣ୍ଟା ସଳଖି ଠିଆ ହେବା ଏମାନଙ୍କ ପାଇଁ କାଠିକର ପାଠ ହୋଇଥାଏ। ତେଣୁ ଏମାନେ କିଡ୍‌ନୀ ବିକ୍ରି କରି ଯାହାପାଆନ୍ତି ସେଥିରେ ପୁଣି ଥରେ ଘର ତିଆରି କରନ୍ତି ଓ ନିଜର ଗୁଜୁରାଣ ମେଣ୍ଟାନ୍ତି।

ଏଠାକାର ଲୋକଙ୍କର କିଡ୍‌ନୀ ବିକ୍ରି ଘଟଣା ପ୍ରଘଟ ହେବା ଯୋଗୁଁ ପଡୋଶୀ ଦେଶରୁ ଦଲାଲମାନେ ଯାଇ ସେମାନଙ୍କୁ ବହଲାଇ କିଡ୍‌ନୀ ସଂଗ୍ରହ କରୁଛନ୍ତି।

Comments are closed.