Latest Odisha News

BREAKING NEWS

ଭୋଟ୍ ପାଇଁ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ନିର୍ବାଚନରେ ଭୋଟ ଦେବାକୁ ବାପା-ମା’ଙ୍କୁ ଚିଠି ଜରିଆରେ କଲେ ନିବେଦନ

ମାଲକାନଗିରି: ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟ୍ ପାଇଁ ଅଭିନବ ପ୍ରୟାସ। ଭୋଟ୍ ପାଇଁ ପିଲାଙ୍କ ଅପିଲ। ନିର୍ବାଚନରେ ଭାଗ ନେବା ପାଇଁ ପତ୍ର ମାଧ୍ୟମରେ ବାପା-ମାଆଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଜିଲ୍ଲାର ଜବାହାର ନବୋଦୟ ବିଦ୍ୟାଲୟାର ଛାତ୍ରମାନେ ଏକ ନିଆରା ଅଭିଯାନ ଆରମ୍ଭ କରି ସେମାନଙ୍କ ପିତାମାତାଙ୍କୁ ଭୋଟ୍ ଦେବାର ଗୁରୁତ୍ୱ ବିଷୟରେ ଅବଗତ କରାଇଛନ୍ତି।

ନବୋଦୟ ବିଦ୍ୟାଳୟର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପୋଷ୍ଟକାର୍ଡ ମାଧ୍ୟମରେ ନିଜ ନିଜ ଅଭିଭାବକଙ୍କୁ ପତ୍ର ଲେଖି ଗଣତନ୍ତ୍ରର ମହାନ ପର୍ବରେ ଭାଗ ନେବା ଲାଗି ନିବେଦନ କରିଛନ୍ତି । ନିର୍ବାଚନ ଦିନ ଘରୁ ବାହାରି ଭୋଟ୍ ଦେବା ଲାଗି ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବାପା-ମାଆଙ୍କୁ ଅପିଲ କରିଛନ୍ତି ।

ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଥିବାରୁ ସେମାନେ ଅତ୍ୟନ୍ତ ଗର୍ବିତ ବୋଲି ଦର୍ଶାଇ ଛାତ୍ରମାନେ କହିଛନ୍ତି ଯେ ଆଜିର ପିଲାମାନେ ଭବିଷ୍ୟତରେ ଦାୟିତ୍ୱବାନ ନାଗରିକ ହେବାକୁ ଯାଉଛନ୍ତି। ଦେଶ ପାଇଁ ଏକ ଭଲ ଭବିଷ୍ୟତ ନିଶ୍ଚିତ କରିବାକୁ ନିର୍ବାଚନରେ ଭୋଟ୍ ଦେବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀ ଚୟନ ଉପରେ ସେମାନଙ୍କ ଗ୍ରାମ, ଜିଲ୍ଲା ଏବଂ ରାଜ୍ୟର ବିକାଶ ନିର୍ଭର କରେ ବୋଲି ସେମାନେ କହିଛନ୍ତି।

ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରି ବିଦ୍ୟାଳୟର ଶିକ୍ଷକମାନେ କହିଛନ୍ତି ଯେ ପିଲାମାନେ ନିଜେ ସେମାନଙ୍କ ପିତାମାତାଙ୍କୁ ଏକ ଆବେଦନ ପତ୍ର ପଠାଇବା ପାଇଁ ମାତମତ ଦେଇଛନ୍ତି। “ଏହା ବହୁତ ଭଲ ଧାରଣା। ଅଭିଭାବକମାନେ ନିଶ୍ଚିତ ଭାବରେ ନିଜ ପିଲାମାନଙ୍କ କଥା ଶୁଣିବେ।

Comments are closed.