Latest Odisha News

କାହିଁକି ନେତା ଛାଡୁଛନ୍ତି ହାତ?

ନୂଆଦିଲ୍ଲୀ: କାହିଁକି ଜଣକ ପରେ ଜଣେ ନେତା ଛାଡୁଛନ୍ତି କଂଗ୍ରେସ ! ଦିନେ ଥିଲେ କଂଗ୍ରେସର ପରିଚୟ, ଏବେ କାହିଁକି ରାଜନୈତିକ ଲଞ୍ଚପ୍ୟାଡକୁ କରୁଛନ୍ତି ବାଏ ବାଏ ? ହାତକୁ ପାଉନି ଭରସା, ନା ରାଜନୈତିକ ଲାଭ ପାଇଁ ଛାଡୁଛନ୍ତି ହାତ ? କେନ୍ଦ୍ରୀୟ ଏଜେନ୍ସିକୁ ଭୟ ସାଜିଛି କି କାରଣ ?

ଦିନେ ଥିଲେ କଂଗ୍ରେସର ସ୍ୱର ଭାରତ ଯୋଡିବାକୁ ପଦଯାତ୍ରା କରିଥିବା ରାହୁଲଙ୍କ ଦଳ ବେଳକୁ ବେଳ ଛିଡିବାରେ ଲାଗିଛି । ଦିନେ କଂଗ୍ରେସର ସ୍ୱର ପାଲଟିଥିବା ଗୋରବ ବଲ୍ଲଭ ହୁଅନ୍ତୁ କି ବକ୍ସର ବିଜେନ୍ଦର ସିଂହ, ବିଜେପି ନେତାଙ୍କୁ ସିଧା ଟକ୍କର ଦେଉଥିବା ଗୌରବ ବଲ୍ଲଭ ଏବେ ବିଜେପିର କରୁଛନ୍ତି ଗୁଣଗାନ ଜୟବୀର ସେରଗିଲ, ଶହଜାଦ ପୁନେୱାଲା, ରିତା ବହୁଗୁଣା ଜୋଶୀଙ୍କ ଭଳି ବହୁ ନେତା ଛାଡିଛନ୍ତି କଂଗ୍ରେସ ହାତ ଛାଡି ଶିବସେନାରେ ଯୋଗ ଦେଇଛନ୍ତି ପ୍ରିୟଙ୍କା ଚତୁର୍ବେଦୀ ।

ହାତକୁ ଭାଙ୍ଗୁଛି ଭରସା ମିଲିନ୍ଦ ଦେଓରା ହୁଅନ୍ତୁ କି କପିଲ ସିବଲ ଗୁଲାମ ନବୀ ଆଜାଦ ହୁଅନ୍ତୁ କି ହାର୍ଦ୍ଦିକ ପଟେଲ୍ । କଂଗ୍ରେସ ହାତ ଛାଡିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । କଂଗ୍ରେସ ଛାଡି ଜାମ୍ମୁ କାଶ୍ମୀରରେ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି ଗଠନ କରିଛନ୍ତି ଗୁଲାମ ନବୀ ଆଜାଦ ।

ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ୍ ବି ଛାଡିଛନ୍ତି ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର, ଆରପିଏନ୍ ସିଂହ, ସୁନୀଲ ଜାଖଡ, ଅଳ୍ପେଶ ଠାକୁର ଛାଡିଛନ୍ତି କଂଗ୍ରେସ ରାହୁଲଙ୍କ ନିକଟତର ନେତା ବି ଛାଡିଛନ୍ତି ଦଳ । ୨୦୨୦ରେ କଂଗ୍ରେସ ଛାଡିଥଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ହାତ ଛାଡି ବିଜେପିରେ ମିଶିଥିଲେ ସିନ୍ଧିଆ ମଧ୍ୟପ୍ରଦେଶରେ ଭାଙ୍ଗି ଯାଇଥିଲା କଂଗ୍ରେସର କମଳନାଥ ସରକାର । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ୟୁପି କଂଗ୍ରେସର ବ୍ରାହ୍ମଣ ଚେହେରା ଜିତିନ ପ୍ରସାଦ ବି ଛାଡିଥିଲେ ଦଳ । କଂଗ୍ରେସ ଛାଡି ବିଜେପିରେ କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟନୀଙ୍କ ପୁଅ ଅନିଲ ଆଣ୍ଟୋନୀ ।

ସେଟ୍ଟରଙ୍କଠୁ ଅମରିନ୍ଦର…ତାଲିକା ଲମ୍ବା । କଂଗ୍ରେସ ଛାଡି ନୂଆ ଦଳ ଗଠନ କରିଥିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ବିଜେପିରେ ଦଳକୁ ମିଶାଇବା ସହ ନିଜେ ୨୦୨୨ରେ ଦଳରେ ସାମିଲ ହୋଇଥିଲେ ଅମରିନ୍ଦର । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର ଚଳିତ ବର୍ଷ ଜାନୁଆରୀରେ ଛାଡିଛନ୍ତି କଂଗ୍ରେସ । ବିଜେପି ଛାଡି ହାତ ଧରିବାର ବର୍ଷକ ମଧ୍ୟରେ ପୁଣି ଗେରୁଆ ଦଳକୁ ଫେରିଛନ୍ତି ସେଟ୍ଟର । ମହାରାଷ୍ଟ୍ର କଂଗ୍ରେସର ବଡ ଚେହେରା ଅଶୋକ ଚୌହାନ ବି ଛାଡିଛନ୍ତି କଂଗ୍ରେସ । କେମିତି ଚବିଶ ସମର ଲଢିବ କଂଗ୍ରେସ ?

Comments are closed.