Latest Odisha News

ଟ୍ରକ୍‌ ପଛରେ ପଶିଗଲା କାର୍‌, ଜୀବନ୍ତ ଜଳିଗଲେ ୭ ଜଣ

ଜୟପୁର: ରାଜସ୍ଥାନର ସିକର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ବିକାନେର ଜାତୀୟ ରାଜପଥରେ ଏକ କାର୍‌ ଟ୍ରକ୍‌ ପଛରେ ପଶିଗଲା କାର୍। ଘଟଣାରେ ଉଭୟ କାର୍ ଓ ଟ୍ରକରେ ଲାଗିଲା ନିଆଁ। ଫଳରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି। ରାଜପଥରେ ଏହି ଦୁର୍ଘଟଣା ପରେ ପୋଲିସ ପ୍ରଶାସନରେ ଆତଙ୍କ ଖେଳିଯାଇଥିଲା। କାର୍‌ରେ ଥିବା ଲୋକମାନେ ଉତ୍ତରପ୍ରଦେଶର ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ସାମିଲ ଥିଲେ।

ସୂଚନାନୁସାରେ, ରବିବାର ଅପରାହ୍ନରେ ସିକରର ଫତେହପୁର କୋଟୱାଲି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଜୟପୁର-ବିକାନେର ଜାତୀୟ ରାଜପଥରେ ଫତେହପୁର ବାଇପାସ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଆଗକୁ ଯାଉଥିବା ଟ୍ରକ ପଛରେ ପଶିଗଲା। ଫଳରେ ବଡ଼ ଧରଣର ବିସ୍ଫୋରଣ ହେଲା। ଘଟଣାରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଦୁର୍ଘଟଣା ନିକଟକୁ ଗଲେ।

କେହି କିଛି ବୁଝିବା ପୂର୍ବରୁ କାର୍‌ ଏବଂ ଟ୍ରକ୍‌ ନିଆଁ ଲାଗି ଜଳିପୋଡ଼ି ଛାରଖାର ହୋଇଯାଇଛି। ଘଟଣାର ଖବର ପାଇ ପୋଲିସ ଏକ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ଅନ୍ୟପଟେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୋଲିସ ସମସ୍ତ ମୃତକଙ୍କ ପରିଚୟ ଖୋଜୁଛି। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ପୋଲିସ ସମସ୍ତ ମୃତଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇ ଘଟଣାର ତଦନ୍ତ କରୁଛି।

 

Comments are closed.