Latest Odisha News

ଆଜିଠାରୁ ୬୧ ଦିନ ଯାଏଁ ମାଛଧରା ବନ୍ଦ

ପାରାଦ୍ଵୀପ: ଆଜିଠୁ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ଉପରେ ରୋକ ଲଗାଇଛନ୍ତି ସରକାର । ମାଛ ବଂଶ ବୃଦ୍ଧି ପାଇଁ ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ ପକ୍ଷରୁ ଏହି ସର୍କୁଲାର ଜାରି କରାଯାଇଛି। ଏହି କଟକଣା ପରେ ରାଜ୍ୟର ସବୁ ମାଛଧରା ବନ୍ଦର ବନ୍ଦ ରହିବ। ଏହାଦ୍ବାରା ପ୍ରାୟ ୧୨ ଲକ୍ଷ ମତ୍ସ୍ୟଜୀବୀ ପ୍ରଭାବିତ ହେବେ।

ସୂଚନା ଅନୁସାରେ, ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ମାଛଙ୍କ ଅଣ୍ଡାଦାନର ସମୟ । ଦୁଇମାସ ମଧ୍ୟରେ ମାଛ ମାନେ ଅଣ୍ଡାଦାନ କରିବାକୁ ଥିବା ବେଳେ ଦୂର ସମୁଦ୍ର ମଧ୍ୟକୁ ୮.୩୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଯନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ମାଛ ଧରିବାକୁ ଦୂର ସମୁଦ୍ର ଭିତରେ ପ୍ରବେଶ କରିବେ ନାହିଁ । ତେଣୁ ପାରାଦ୍ଵୀପରେ ୨୫୪୩ରୁ ଅଧିକ ଯନ୍ତ୍ର ଚାଳିତ ଡଙ୍ଗା ଓ ୬୧୧ ଟି ସେନା ବୋଟ ଚଳାଚଳ ବନ୍ଦ ରହିବ ।

ସୂଚନାଯୋଗ୍ୟ ଯେ, ଏପରି କଟକଣା ୨୦୦୭ ମସିହାରୁ ଚାଲିଛି । ପୂର୍ବରୁ ଏହା ୪୫ ଦିନ ରହୁଥିଲା। ୨୦୧୭ ରୁ ୬୧ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇଁ ଏପରି କରାଯାଉଛି । ଉପକୁଳରୁ ଦୂର ସମୁଦ୍ର ଭିତରକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଡଙ୍ଗା ଓ ଟ୍ରଲର ମାଛ ଧରିବା ପାଇଁ ଯାଉଥିବା ବେଳେ ଏହି ସମୟରେ ମାଛ ମାନେ ଅଣ୍ଡା ଦାନ କରିବାକୁ ଆସୁଥିବେ । ତେଣୁ ଯନ୍ତ୍ର ଚାଳିତ ବୋଟ କିମ୍ବା ଡଙ୍ଗା ଯୋଗୁଁ ସେମାନେ କ୍ଷତିଗ୍ରସ୍ତ ହେଉଥିବା ନେଇ ଏହି ନିୟମ କରାଯାଇଛି ।

Comments are closed.