Latest Odisha News

BREAKING NEWS

ଆଜି କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର; ରାଧା-ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜଗନ୍ନାଥ

ପୁରୀ: ହିନ୍ଦୁ ଧର୍ମରେ ବର୍ଷକ ବାରମାସ ମଧ୍ୟରୁ ସବୁଠାରୁ ପୁଣ୍ୟ ମାସ ହେଉଛି କାର୍ତ୍ତିକ । ପବିତ୍ର କାର୍ତ୍ତିକର କୋଳାହଳରେ ଉଠୁଛି ପଡୁଛି ଜଗନ୍ନାଥ ଧାମ। କାର୍ତ୍ତିକ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ଏହି ମାସରେ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି ।

ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦେଖିବା ପାଇଁ ଏହି ଧର୍ମ ମାସରେ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ବ୍ରତ ପାଳନ କରିବା ସହ ପୂଜା ପାଠ କରିବାର ପରମ୍ପରା ରହିଛି ।

ବ୍ରତଧାରୀ ମାନେ କାର୍ତ୍ତିକର ଏହି ହବିଷ ବ୍ରତକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥାନ୍ତି ।

ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡକୁ ଲକ୍ଷ୍ୟରେ ରଖି ଗତ କିଛି ବର୍ଷ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ହବିଷ୍ୟାଳୀ ଯୋଜନା । ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ସରକାରଙ୍କ ଏହି ହବିଷ୍ୟାଳୀ ଯୋଜନା ମାଧ୍ୟମରେ ପ୍ରତିବର୍ଷ ହବିଷ୍ୟାଳିଙ୍କୁ କର୍ତ୍ତିକ ବ୍ରତ ପାଳନ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ।

Comments are closed.