Latest Odisha News

ସ୍ୱେଚ୍ଛାକୃତ ଅବସର ନେଲେ ଆଇପିଏସ ସଂଜୟ ସିଂହ

ଭୁବନେଶ୍ୱର: ଭିଆର୍‌ଏସ୍‌ ନେଲେ ଓଡ଼ିଶା କ୍ୟାଡର ଆଇପିଏସ ସଂଜୟ ସିଂହ। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଂଜୟ ସିଂହଙ୍କୁ ସ୍ୱେଚ୍ଛାକୃତ ଅବସର ଅନୁମତି ମିଳିଛି। ସଂଜୟଙ୍କ ଆବେଦନକୁ ମଂଜୁର କଲା ରାଜ୍ୟ ଗୃହ ବିଭାଗ। ସଞ୍ଜୟ ସିଂହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ୱରେ ଥିଲେ। ତେବେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।

ସଞ୍ଜୟ ସିଂହ ଓଡ଼ିଶା ପୋଲିସ୍‌ରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ। ତା’ ସହିତ ସେ ସିବିଆଇରେ ମଧ୍ୟ ଥିଲେ। ସେ ସିବିଆଇରେ ଡିଆଇଜି ରାଙ୍କରେ ଥିଲେ ଓ ଅନେକ ହାଇପ୍ରୋଫାଇଲ ମାମଲାର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା।

Comments are closed.