Latest Odisha News

ନିର୍ବାଚନ ପୂର୍ବରୁ ବରଗଡ଼ ପୋଲିସକୁ ବଡ଼ ସଫଳତା: ଗାଡ଼ି ଚେକିଂ ବେଳେ ୧୦ ଲକ୍ଷ ଟଙ୍କା ଜବତ, ଜଣେ ଗିରଫ

ବରଗଡ଼: ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ବରଗଡ଼ ଟାଉନ ପୋଲିସକୁ ମିଳିଛି ବଡ଼ ସଫଳତା।ଚେକିଙ୍ଗ ସମୟରେ ଏକ ପିକଅପ୍ ଗାଡ଼ିରୁ ଧରାପଡ଼ିଲା ୧୦ ଲକ୍ଷ ଟଙ୍କା । ଟାଉନ ପୋଲିସ ପିକଅପ୍ ଗାଡ଼ିକୁ ଏବଂ ୧୦ ଲକ୍ଷ ଟଙ୍କା ଜବତ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି।

ସୂଚନା ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆଚାରଣ ଵିଧି ଲାଗୁ ହୋଇ ସାରିଥିବା ବେଳେ ଅବାଧ ନିର୍ବାଚନ ପାଇଁ ପୋଲିସ ବିଭାଗ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ସହିତ ଯାନବାହାନ ଚେକିଙ୍ଗ କରି ଅର୍ଥ ଚାଲାନକାରୀଙ୍କୁ ଏବଂ ନିଶା ପରିବହନକୁ ରୋକିବାକୁ କଡା ପଦକ୍ଷେପ ନେଇଛି। ତେବେ ବରଗଡ଼ର ବରାହଗୁଡା ଠାରେ ପୋଲିସ ଚେକିଙ୍ଗ କରୁଥିବା ସମୟରେ ବରପାଳି ପଟରୁ ସମ୍ବଲପୁର ପଟକୁ ଯାଉଥିବା ଏକ ପିକଅପ ଗାଡ଼ିରେ ୧୦ ଲକ୍ଷ ଟଙ୍କା ପୋଲିସ ପାଇଥିଲା।

ତେବେ ଏତେ ମାତ୍ରାରେ ନଗଦ ଟଙ୍କା ନେଇ ଯାଉଥିବା ଗାଡ଼ି ଡ୍ରାଇଭର ଠାରୁ ସନ୍ତୋଷ ଜଣନ ଉତ୍ତର ନପାଇବାରୁ ଓ ଡ୍ରାଇଭର ଜଣକ କୌଣସି କାଗଜପତ୍ର ବା ପ୍ରମାଣ ଦେଖାଇ ପାରିନଥିବାରୁ ୧୦ ଲକ୍ଷ ଟଙ୍କାକୁ ଜବଦ କରିଛି ପୋଲିସ। ଟାଉନ ଥାନାରେ ଡ୍ରାଇଭରକୁ ଅଟକ ରଖି ପୋଲିସ ଏହାର ତଦନ୍ତ କରୁଛି।

Comments are closed.