Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସରୁ ଓହରିଲେ ଲଙ୍ଗଜମ୍ପର ମୂରଲୀ ଶ୍ରୀଶଙ୍କର

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ଆଘାତ ସମସ୍ୟା ଯୋଗୁ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି । ଶ୍ରୀଶଙ୍କର ଟୁଇଟ କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ସୁଚନା ଦେଇଛନ୍ତି । ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଆୟୋଜିତ ହେବ । ଏସିଆନ ଗେମ୍ସରେ ଶ୍ରୀଶଙ୍କର ରୌପ୍ୟ ପଦକ ହାସଲ କରିଥିବା ବେଳେ ଏସୀୟ ଆଥଲେଟିକ୍ସ ଚାମ୍ପିୟନଶିପରେ ୮.୩୭ ମିଟର ଜମ୍ପ କରି ଅଲିମ୍ପିକ ଯୋଗ୍ୟତା ହାସଲ କରିଥିଲେ । ୨୫ ବର୍ଷୀୟ ଏହି ଉଦୀୟମାନ ଆଥଲେଟ ଏପ୍ରିଲ ୨୭ ଓ ମେ ୧୦ରେ ଡାଇମଣ୍ଡ ଲିଗ ପ୍ରତିଯୋଗିତା ମାଧ୍ୟମରେ ସିଜନ ଆରମ୍ଭ କରିଥିଲେ । ତେବେ ଟ୍ରେନିଂ ସମୟରେ ସେ ଆଘାତପ୍ରାପ୍ତ ହୋଇଥିଲେ ।

ମୋ ପାଇଁ ଏହା ଏକ ଦୁଃସ୍ୱପ୍ନ । ପ୍ୟାରିସ ଅଲିମ୍ପିକ୍ସ ଖେଳିବା ସ୍ୱପ୍ନ ମୋର ଭାଙ୍ଗି ଯାଇଛି । ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ମୂରଲୀ ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୧୯୭୮ ପରଠାରୁ ଲଙ୍ଗଜମ୍ପରେ କୌଣସି ଭାରତୀୟ ଏହି ସଫଳତା ହାସଲ କରି ନ ଥିଲେ । ସୁରେଶ ବାବୁ ୧୯୭୮ରେ ବ୍ରୋଞ୍ଜ ପଦକ ଜିତିଥିଲେ ।

Leave A Reply

Your email address will not be published.