ବେଙ୍ଗାଲୁର: ବେଙ୍ଗାଲୁରର କବନ ପାର୍କରେ ଗଛକୁ ଆଲିଙ୍ଗନ କରିବା ପାଇଁ ୧୫୦୦ ଟଙ୍କା ଦେବାକୁ ପଡିବ । ଏହି ଖବର ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଏହା ଭାଇରାଲ ହୋଇଛି । ଟ୍ରୋଭ ଏକ୍ସପେରିୟନ୍ସ ନାମକ କମ୍ପାନୀ ତାଙ୍କ ଅଫିସିଆଲ ୱେବସାଇଟରେ ଫରେଷ୍ଟ ବାଥିଙ୍ଗ ଏକ୍ସପିରିୟନ୍ସ ନାମକ ଏକ ବିଜ୍ଞାପନ ମାଧ୍ୟମରେ ଏହା ଉଲ୍ଲେଖ କରିଛି । ଏଥିରେ ଫରେଷ୍ଟ ବାଥିଙ୍ଗର ଟିକେଟର ମୂଲ୍ୟ ୧୫୦୦ ଟଙ୍କା ରଖାଯାଇଛି । କେତେକ ୟୁଜର୍ସ ଏହି ବିଜ୍ଞାପନକୁ ଫେକ ବୋଲି କହୁଥିବା ବେଳେ ଅନ୍ୟମାନେ ପ୍ରାଚୀନ ପରମ୍ପରା ମାଧ୍ୟମରେ ଅର୍ଥ ରୋଜଗାର କରିବା ଏହି ମାଧ୍ୟମକୁ ନିନ୍ଦା କରିଛନ୍ତି । ଟ୍ରୋଭ ଏକ୍ସପିରିୟନ୍ସ ୱେବସାଇଟରେ ଉଲ୍ଲେଖ ରହିଛି ଯେ, ସହରର ଦୈନିକ ଜୀବନ ବେଶ ଚାପଭରା ରହୁଛି ।
ପ୍ରକୃତି ସହ ଯୋଡିହେବା ପାଇଁ ଏକ ସମର୍ପିତ ସମୟ ଓ ସ୍ଥାନ ଖୋଜିବା ସହଜ କଥା ନୁହେଁ । ଜାପାନୀମାନେ ବନ ସ୍ନାନ ମାଧ୍ୟମରେ ନିଜକୁ ଚାପମୁକ୍ତ ରଖିଥାନ୍ତି । ଏବେ ଏହି ଶୈଳୀକୁ ଅନ୍ୟମାନେ ଆପଣାଇବା ଆରମ୍ଭ କରିଛନ୍ତି । ତାଜା ତଥ୍ୟ ଅନୁସାରେ ସ୍ପଷ୍ଟ କରାଯାଇଛି ଯେ, କବନ ପାର୍କ ଏକ ଜଙ୍ଗଲ ନୁହେଁ । ଏଠାରେ ଏବେ ସବୁ କିଛି ଦେୟ ମୁକ୍ତ ରହିଛି ।
Comments are closed.