Latest Odisha News

ଆଜି ବିଶ୍ୱ ପୁସ୍ତକ ଦିବସ , ପୁସ୍ତକ ବଣ୍ଟନ ଓ ନୂଆ  ପୁସ୍ତକ ପଠନକୁ ଏହି ଦିବସ ଗୁରୁତ୍ୱ ଦିଏ

ନୂଆଦିଲ୍ଲୀ:  ବିଶ୍ୱ ପୁସ୍ତକ ଓ କପିରାଇଟ୍‌ ଦିବସକୁ ସାଧାରଣତଃ ବିଶ୍ୱ ପୁସ୍ତକ ଦିବସ ମଧ୍ୟ କୁହାଯାଏ । ବିଶ୍ବର ଲେଖକମାନଙ୍କୁ ସମ୍ମାନ ଉଦେଶ୍ୟରେ ପୃଥିବୀର ୧୦୦ରୁ ଅଧିକ ଦେଶରେ ଏହି ଦିବସ ଟି ପାଳନ କରାଯାଏ । ବିଶ୍ୱ ପୁସ୍ତକ ଦିବସ ପାଳନ ପ୍ରଥମେ ଭାଲେନ୍ସିୟାନ୍ ଲେଖକ ଭିସେଣ୍ଟେ କ୍ଲାଭେଲ ଆଣ୍ଡ୍ରେସଙ୍କ ଦ୍ୱାରା ଜଣାଶୁଣା ମିଗୁଏଲ ସରଭାଣ୍ଟେସ୍‌ କୁ ସମ୍ମାନିତ କରିବା ପାଇଁ  ପ୍ରଥମେ ତାଙ୍କ ଜନ୍ମ ବାର୍ଷିକୀ ଅକ୍ଟୋବର ୭ ରେ ହୋଇଥିଲା ।

ଏହା ପରେ ୟୁନେସ୍କୋ ସ୍ଥିର କଲା ଯେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ ପ୍ରତିବର୍ଷ ଏପ୍ରିଲ ୨୩ ରେ ପାଳନ କରାଯିବ, କାରଣ ଏହି ତାରିଖ ଦିନ ପ୍ରସିଦ୍ଧ ସାହିତ୍ୟିକ ୱିଲିୟମ୍ ସେକ୍ସପିୟର ଏବଂ ଇନ୍କା ଗାର୍ସିଲାସୋ ଡି ଲା ଭେଗା ଭଳି ପ୍ରମୁଖ ଲେଖକଙ୍କ ଦେହାନ୍ତ ହୋଇଥିଲା । ତେବେ ୟୁନେସ୍କୋ ଦ୍ୱାରା ପ୍ରତି ବର୍ଷ ବିଶ୍ୱ  ପୁସ୍ତକ ଓ କପିରାଇଟ୍‌ ଦିବସ ଏପ୍ରିଲ ୨୩ ତାରିଖରେ ପାଳନ କରାଯାଏ । ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହା ପାଳିତ ହୁଏ । ପୁସ୍ତକ ବଣ୍ଟନ ଓ ନୂଆ  ପୁସ୍ତକ ପଠନକୁ ଏହି ଦିବସ ଗୁରୁତ୍ୱ ଦିଏ । ପୁସ୍ତକ ଲିଖନ,  ପଠନ, ଅନୁବାଦ, ପ୍ରକାଶନ ଓ କପିରାଇଟ୍‌ର ସୁଫଳକୁ  ସମଗ୍ର ବିଶ୍ୱରେ ପ୍ରୋତ୍ସାହିତ କରିବା ଏହି ଦିବସର ଲକ୍ଷ୍ୟ ।

Comments are closed.