Latest Odisha News

ପୁଣିଥରେ କ୍ଷମା ପାର୍ଥନା କଲା ପତଞ୍ଜଳି, କହିଲା ’ଏଭଳି ଭୁଲ ପୁଣି କେବେ ହେବନି’

ନୂଆଦିଲ୍ଲୀ: ପୁଣିଥରେ କ୍ଷମା ପାର୍ଥନା କଲା ପତଞ୍ଜଳି । ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ (ଏମଡି) ବାଲକ୍ରିଷ୍ଣା ପୁଣିଥରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଛନ୍ତି । ପତଞ୍ଜଳି ତରଫରୁ ବିନା କୌଣସି ସର୍ତ୍ତରେ କ୍ଷମା ମାଗିବା କଥା ଏକ ସମ୍ବାଦପତ୍ରରେ ପ୍ରକାଶ ପାଇଛି।

BjdElectrycity

ଖବର ଅନୁସାରେ, ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆମେ କମ୍ପାନୀ ଏବଂ ବ୍ୟକ୍ତିଗତ ଭାବରେ ବିନା କୌଣସି ସର୍ତ୍ତରେ ପୁଣିଥରେ କ୍ଷମା ପ୍ରାର୍ଥନା କରୁଛୁ । ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆମେ ଏହା କରୁଛୁ ବୋଲି ସମ୍ବାଦପତ୍ରରେ ଉଲ୍ଲେଖ ରହିଛି । ଏଥିସହ ଆହୁରି କୁହାଯାଇଛି ଯେ, ୨୨ ନଭେମ୍ବର ୨୦୨୩ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ପାଇଁ ମଧ୍ୟ ଆମେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛୁ। ଆମର ବିଜ୍ଞାପନ ପ୍ରକାଶନରେ ହୋଇଥିବା ଭୁଲ ପାଇଁ ଆମେ କ୍ଷମା ପାର୍ଥନା କରୁଛୁ । ଆମର କଥା ଦେଉଛୁ ଯେ ଏପରି ଭୁଲ ଆଉ କେବେ ପୁନରାବୃତ୍ତି ହେବ ନାହିଁ । ଭବିଷ୍ୟତରେ ଏହା ପୁଣି କେବେ ଘଟିବ ନାହିଁ ବୋଲି ଯୋଗ ଗୁରୁ ରାମଦେବ ଏବଂ ବାଲକ୍ରିଷ୍ଣା କହିଛନ୍ତି। ଉଭୟେ କହିଛନ୍ତି ଯେ, ଆମେ କୋର୍ଟର ନିର୍ଦ୍ଦେଶ ସବୁବେଳେ ପାଳନ କରିବୁ ବୋଲି ପ୍ରତିଶୃତି ଦେଉଛୁ। ଆମେ ଆଇନ ଏବଂ ନିର୍ଦ୍ଦେଶର ସବୁବେଳେ ପାଳନ କରିବୁ ବୋଲି କହିଛନ୍ତି ବାବା ରାମଦେବ ଏବଂ ବାଲକ୍ରିଷ୍ଣା ।

ସୂଚନାଯୋଗ୍ୟ ଯେ, ଗତକାଲି ଆୟୁର୍ବେଦିକ ଦ୍ରବ୍ୟର ବିଭ୍ରାନ୍ତିକର ବିଜ୍ଞାପନକୁ ପ୍ରୋତ୍ସାହିତ କରିଥିବା ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, ସୁପ୍ରିମକୋର୍ଟର ଶୁଣାଣି ପୂର୍ବରୁ ଏକ ସପ୍ତାହ ପରେ କାହିଁକି କ୍ଷମା ପ୍ରାର୍ଥନା କରାଯାଇଥିଲା? ତାହାଛଡ଼ା ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି ବୋଲି ଖଣ୍ଡପୀଠ ପଚାରିଥିଲେ। ତେବେ ଏହି ଘଟଣାରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦ କରାଯିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.