ନୂଆଦିଲ୍ଲୀ:ଭାରତରେ ଏଥର ହେବାକୁ ଯାଉଛି ଦୁନିଆର ସବୁଠାରୁ ବ୍ୟୟବହୂଳ ନିର୍ବାଚନ । ଲୋକସଭା ୨୦୨୪ ନିର୍ବାଚନରେ ସବୁଠାରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି ବୋଲି ସେଂଟର ଫର ମିଡିଆ ଷ୍ଟଡିଜ ପକ୍ଷର ୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ନିର୍ବାଚନରେ ୧.୩୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ୨୦୧୯ ନିର୍ବାଚନରେ ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସିଏମଏସ ୩୫ ବର୍ଷ ହେବ ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିଛି । ଏଥିରେ ରାଜନୈତିକ ଦଳର ପ୍ରତ୍ୟକ୍ଷ ଓ ପରୋକ୍ଷ ଖର୍ଚ୍ଚ ମଧ୍ୟ ସାମିଲ । ପ୍ରଥମେ ଏଥର ୧.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରା ଯାଉଥିଲା ମାତ୍ର ଏବେ ଏହା ଆହୁରି ବୃଦ୍ଧି ପାଇବ । ଏଥିରେ ଇଲେକ୍ଟ୍ରୋଲ ବଣ୍ଡ ଏବଂ ନେତାଙ୍କ ଦଳ ବଦଳ ପାଇଁ ଖର୍ଚ୍ଚ ମଧ୍ୟ ସାମିଲ କରାଯାଇଛି ।
୬୦ ପ୍ରତିଶତ ନିର୍ବାଚନୀ ଫଣ୍ଡ ଅଜ୍ଞାତ ସ୍ରୋତରୁ ଆସିଥିବା ଜଣାପଡିଛି । ୨୦୦୪ରୁ ୨୦୨୩ ପର୍ଯ୍ୟନ୍ତ ଦେଶର ୬ଟି ପ୍ରମୂଖ ରାଜନୈତିକ ଦଳକୁ ୧୯୦୮୩ କୋଟ ଟଙ୍କା ଅଜ୍ଞାତ ସ୍ରୋତରୁ ଆସିଛି । ଏଥିରେ ନିର୍ବାଚନୀ ବଣ୍ଡ ବି ସାମିଲ । ଦଳ ବଦଳ ଏବଂ ନେତାଙ୍କୁ କିଣିବାରେ ମଧ୍ୟ ସାମିଲ ଅର୍ଥରେ ଏଥିରେ ମିଶାଯାଇଛି ।
Comments are closed.