ଶ୍ରୀନଗର: ଜମ୍ମୁ-କଶ୍ମୀରରେ ମତଦାନ ସମୟରେ ବାରମୂଳାରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ନିହତ ହୋଇଛନ୍ତି । ସେହିପରି ଗୁଳି ବିନିମୟ ସମୟରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ବାରମୂଳା ଜିଲ୍ଲାର ସୋପୋର ଅଞ୍ଚଳର ନୌପୋରାର କିଛି ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରଥିଲା ସୁରକ୍ଷାବଳ । ଏହିସମୟରେ ଉଭୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଦୁଇ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଦେଶରେ ଏବେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ସମୟରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ୫ଟି ଲୋକସଭା ଆସନ ମଧ୍ୟରୁ ‘ଜମ୍ମୁ’ ସଂସଦୀୟ କ୍ଷେତ୍ରରେ ଆଜି ଭୋଟିଂ ଚାଲିଥିଲା । ଏହି ସମୟରେ ସୀମା ଅଶାନ୍ତ ହୋଇପଡ଼ିଛି ।
Comments are closed.