Latest Odisha News

BREAKING NEWS

ଚିତ୍ରକୋଣ୍ଡା ସମର : ସବୁ ଦଳଙ୍କ ନଜର

ଭୁବନେଶ୍ବର: ଦିନେ ମାଓଗଡ ଓ ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଥିବା ଚିତ୍ରକୋଣ୍ଡାରେ ହେବ ରାଜନୀତିର ରୋଚକ ଲଢେଇ । ଅନେକ ତର୍ଜମା, ବାଦ ବିବାଦ ପରେ ଘୋଷଣା ହୋଇଛି ଚିତ୍ରକୋଣ୍ଡା ପ୍ରାର୍ଥୀ । ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକେଟ୍ ଦେଇଛି ବିଜେଡି । ବିଜେପିରୁ ଡମ୍ବରୁ ସୀସା ଓ କଂଗ୍ରେସରୁ ମଙ୍ଗୁ ଖିଲ ପ୍ରାର୍ଥୀ ହୋଇଛନ୍ତି ।

ଗତ ଦୁଇ ଥର ହେଲା ଚିତ୍ରକୋଣ୍ଡା ଦଖଲ କରିଛି ବିଜେଡି । ୨୦୧୯ରେ ପୂର୍ଣ୍ଣଚନ୍ଦ୍ର ବାକା ଓ ୨୦୧୪ରେ ଡମ୍ବରୁ ସୀସା ବିଜୟୀ ହୋଇଥିଲେ । ଗତଥର ଝିଆରୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ମାତ୍ର ୨ହଜାର ୫୪୫ ଭୋଟରେ ହରାଇଥିଲେ ପୂର୍ଣ୍ଣଚନ୍ଦ୍ର ବାକା। ସେତେବେଳର କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ୩୮ହଜାରୁ ଅଧିକ ଭୋଟ୍ ପାଇଥିଲେ। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଛାଡି ବିଜେଡିରେ ମିଶିବା ସହ ଜିଲ୍ଲା ପରିଷଦ ସଭ୍ୟା ନିର୍ବାଚିତ ହୋଇଥିଲେ ଲକ୍ଷ୍ମୀପ୍ରିୟା। ତାଙ୍କର ଭଲ ସଂଗଠନ ପାଇଁ ଅନେକ ବିରୋଧ ସତ୍ତ୍ବେ ଏଥର ତାଙ୍କୁ ବିଧାୟକ ପ୍ରାର୍ଥୀ କରିଛି ବିଜେଡି ।

ସେପଟେ ୨୦୧୪ରେ ବିଜେଡିରୁ ଚିତ୍ରକୋଣ୍ଡା ଜିତିଥିବା ଡମ୍ବରୁ ସୀସା ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ୨୦୧୯ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିନଥିଲା । କ୍ଷୋଭ ପ୍ରକାଶ କରିବା ସହ ନିକଟରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ବିଜେପି ତାଙ୍କୁ ପ୍ରାର୍ଥୀ କରିବା ପରେ ସେ ଚିତ୍ରକୋଣ୍ଡାରେ ପଦ୍ମ ଫୁଟାଇବାକୁ ଜୋରଦାର ଉଦ୍ୟମ କରୁଛନ୍ତି । ସେପଟେ କଂଗ୍ରେସରୁ ମଙ୍ଗୁ ଖିଲ ଓ ଆପରୁ ଶରତ ଚନ୍ଦ୍ର ବୁରୁଦା ପ୍ରାର୍ଥୀ ହୋଇଛନ୍ତି  । ଶରତ ଚନ୍ଦ୍ର ବୁରୁଦାଙ୍କର ଭଲ ଲୋକପ୍ରିୟତା ରହିଥିବା ବେଳେ ସେ କଂଗ୍ରେସ ଭୋଟ ଉପରେ ନଜର ରଖିଛନ୍ତି ।

Leave A Reply

Your email address will not be published.