Latest Odisha News

BREAKING NEWS

ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ମିଶିଲେ ବିଧାୟକ ପର୍ଶୁରାମ ଧଡା

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ଛାଡିଥିବା ସୋର ବିଧାୟକ ପର୍ଶୁରାମ ଧଡା ବିଜିପିରେ ଯୋଗଦେଇଛନ୍ତି । ସେ ନିଜର ବହୁ ନେତା ଓ କର୍ମୀଙ୍କ ସହ ଆନୁଷ୍ଠାନିକଭାବେ ଦଳରେ ସାମିଲ ହୋଇଛନ୍ତି ।

ଦଳରେ ସାମିଲ ହେବାପରେ ପର୍ଶୁରାମ ଧଡ଼ା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦୀର୍ଘ ୧୦ବର୍ଷ ପରେ ଘରକୁ ଫେରିବାର ବିଜେପି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି । ଓଡ଼ିଶାରେ ଏଥର ବିଜେପି ସରକାର ଆସିବ । ଯେଉଁ ସମୟରେ ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ସୂଚାରୁ ରୂପେ କରିବି ବୋଲି ବିଧାୟକ ପର୍ଶୁରାମ ଧଡା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ ଯାଉଛି । ଓଡିଶା ଆଉ ପଛରେ ରହିବ ନାହିଁ । କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଦଳରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ସାମଲ ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.