Latest Odisha News

ପ୍ରବଳ ବର୍ଷାରେ ବାତିଲ୍ ହେଲା ବହୁ ଟ୍ରେନ, ଜାଣନ୍ତୁ…

ଭୁବନେଶ୍ୱର: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରଭାବରେ ବିଭିନ୍ନ ରେଲୱେ ଟ୍ରାକ୍ ଉପରେ ବର୍ଷା ଜଳ ପ୍ରବାହିତ ହେବା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

BjdElectrycity

ଏଭଳି ପରିସ୍ଥିତିରେ ରେଳସେବା ବାଧାପ୍ରାପ୍ତ ହୋବା ସଙ୍ଗେସଙ୍ଗେ ଅନେକ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ଆଉ କିଛି ଟ୍ରେନକୁ ଆଶିଂକ ବାତିଲ କରାଯାଇଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ଟ୍ରେନ୍ ବାତିଲ୍- (ଗୁରୁବାର)

ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ (ଉଭୟ ପଟୁ)

ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍ (ଉଭୟ ପଟୁ)

ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍

ସେହିପରି ପଲାସା ଓ ବିଜୟନଗରମ୍ ମଧ୍ୟରେ ଥିବା ବିଭିନ୍ନ ଷ୍ଟେସନରେ ବର୍ଷାଜଳ ଭରି ରହିଥିବା କାରଣରୁ ଅନେକ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରୁଛି ।

ଏପରିକି ବିଜୟନଗରମରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ କେତେକାଂଶ ଷ୍ଟେସନରେ ସିଗନାଲ୍ ପୋଷ୍ଟ ମଧ୍ୟ ପ୍ରଭାବିତ ହୋଇଥିବା ନେଇ ରେଳବାଇ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.