Latest Odisha News

ରୋହିତ ଭେମୁଲା ଦଳିତ ନ ଥିଲେ, କ୍ଲୋଜର ରିପୋର୍ଟ ଦାଖଲ କଲେ ହାଇକୋର୍ଟ

ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ରୋହିତ ଭେମୁଲା ମୃତ୍ୟୁ ମାମଲାରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ତେଲେଙ୍ଗାନା ହାଇକୋର୍ଟ ଏହି କେସର କ୍ଲୋଜର ରିପୋର୍ଟ ଶୁକ୍ରବାର ଦାଖଲ କରିଛି । ରୋହିତ ଦଳିତ ନ ଥିଲେ । ସେ ଜାଲ ପ୍ରମାଣପତ୍ର ଦେଇ ନିଜ ନାମ ଲେଖାଇଥିଲେ । ପ୍ରକୃତ ଜାତି ଜଣା ପଡିଯିବା ଭୟରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୬ ଜାନୁୟାରୀରେ ରୋହିତଙ୍କ ଆତ୍ମହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ବିଶ୍ୱବିଦ୍ୟାଳୟଗୁଡିକରେ ଦଳିତଙ୍କ ପ୍ରତି ଭେଦଭାବକୁ ବିରୋଧ କରି ଛାତ୍ରମାନେ ଆନ୍ଦୋଳନ କରିଥିଲେ ।

ଏହି ଆତ୍ମହତ୍ୟା ଘଟଣାରେ ସିକନ୍ଦରବାଦ ସାଂସଦ ବନ୍ଦାରୁ ଦତାତ୍ରେୟ, ଏମଏଲସି ଏନ ରାମଚନ୍ଦ୍ର ରାଓ ଓ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ କୁଳପତି ଆପ୍ପା ରାଓଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ନେତ୍ରୀଙ୍କୁ ଦୋଷମୁକ୍ତ କରାଯାଇଛି । ବିଜେପି ସରକାର ବିରୋଧରେ ରୋହିତଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି କରାଯାଇଥିଲା ।

Comments are closed.