ପୁଞ୍ଚ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏହା ସହିତ ଉଭୟ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ମଧ୍ୟ ପ୍ରକାଶ ପାଇଛି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ଦଳ ମଧ୍ୟ ସର୍ଚ୍ଚ ଅପରେସନ କରୁଛନ୍ତି।
ସୂଚନାଯୋଗ୍ୟ, ଶନିବାର ସାରେ ଆତଙ୍କବାଦୀମାନେ ପୁଞ୍ଚ ଜିଲାର ଶାହସିତାର ନିକଟରେ ଏକ ଭାରତୀୟ ବାୟୁସେନା କନଭେନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ସେନା ଯବାନ ବିକି ପାହାଡେ ଚିକିତ୍ସା ସମୟରେ ଶହୀଦ ହୋଇଥିଲେ ଏବଂ ଅନ୍ୟ ଚାରିଜଣ ସେନା କର୍ମଚାରୀ ଆହତ ହୋଇଥିଲେ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ଆକ୍ରମଣ ପରେ ସଶସ୍ତ୍ର ବାହିନୀର କର୍ମଚାରୀମାନେ ଶାହସିତାର ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛନ୍ତି। ଆତଙ୍କବାଦୀଙ୍କୁ ଟ୍ରାକ କରିବା ପାଇଁ ସେମାନେ ସଶସ୍ତ୍ର ବୁଲେଟ ପ୍ରୁଫ ଗାଡି ଏବଂ କୁକୁର ସ୍କ୍ବାଡ ନିୟୋଜିତ କରିଛନ୍ତି। ଏହାପୂର୍ବରୁ ରବିବାର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।
BREAKING NEWS
- ଆଜି ବାତ୍ୟାର ରୂପ ନେବ ‘ଫେଙ୍ଗାଲ’
- ଆସୁଛନ୍ତି ମୋଦୀ, ରାତିସାରା ରାଜଧାନୀରେ କଡା ଚେକିଂ
- ମାଣବସା ଗୁରୁବାର: ଜାଣନ୍ତୁ ଦେବୀଲକ୍ଷ୍ମୀଙ୍କର ଅନ୍ୟ ନାମ…
- ଶପଥ ନେବେ ହେମନ୍ତ ସୋରେନ, ହେବେ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ
- ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଶୈକ୍ଷିକ ଢାଞ୍ଚାରେ ହେବ ପରିବର୍ତ୍ତନ
- ୩ ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
- ପଥର ଖାଦାନରେ ଚାପି ହୋଇ ଶ୍ରମିକ ମୃତ
- ଅଗ୍ନିଶମ ବିଭାଗରେ ସାମିଲ ହେବେ ମହିଳା
- ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ: କାର୍ଯ୍ୟକ୍ରମ ସ୍ଥାନ ହେବ ‘ନୋ ଫ୍ଲାଇଙ୍ଗ୍ ଜୋନ୍’
- ଲଳିତ ମୋଦିଙ୍କ ଚାଂଚଲ୍ୟକର ବୟାନ: ଆଇପିଏଲରେ ଅମ୍ପାୟର ଫିକ୍ସ ହେଉଥିଲେ
Comments are closed.