Latest Odisha News

ବିନା ଶୋଭାଯାତ୍ରାରେ ପ୍ରାର୍ଥୀ ପତ୍ର ଦାଖଲ କଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକ

ପୁରୀ: ବିନା ଶୋଭାଯାତ୍ରାରେ ପ୍ରାର୍ଥୀ ପତ୍ର ଦାଖଲ କଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକ। ପ୍ରାର୍ଥୀ ପତ୍ର ଦାଖଲ ପାଇଁ ପ୍ରାୟ ସବୁ ଦଳର ବଡ ବଡ଼ ଶୋଭାଯାତ୍ରା ଦେଖିବାକୁ ମିଳୁଥିବା ବେଳେ ଆଜି ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କୁ ନିଜର ହାତ ଗଣତି ଦୁଇ ଚାରିଜଣ ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଥିବାର ଦେଖିବାକୁ ମିଳିଥିଲା। ପୂର୍ବରୁ ସାଂସଦ ପ୍ରାର୍ଥୀ ରୂପେ କଂଗ୍ରେସ ଟିକେଟ ପାଇଥିବା ସୁଚରିତା ମହାନ୍ତି ପାର୍ଟି ଫଣ୍ଡିଁ ନମିଳିବା ଓ ଦୁର୍ବଳ ପ୍ରାର୍ଥୀ ଦିଆଯାଇଥିବା ଅଭିଯୋଗ କରି ଟିକେଟ ଫେରେଇଥିଲେ।

ସୁଚରିତାଙ୍କ ବଦଳରେ କଂଗ୍ରେସ ଜିଲ୍ଲା ସଭାପତି ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। ପ୍ରାର୍ଥୀ ପତ୍ର ଦାଖଲ ପରେ ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ଯାହା କଂଗ୍ରେସର ନାରା ରହିଛି ତାକୁ ନେଇ ଲଢିବେ ବୋଲି କହିଛନ୍ତି ଜୟ ନାରାୟଣ । ସେପଟେ ପୁରୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ୍ ମହାପାତ୍ରଙ୍କ ଟିକେଟ ପରିବା ପରେ ତାଙ୍କର ନାମାଙ୍କନ ରଦ୍ଦ ହୋଇଥିବା ବେଳେ ସେ ସ୍ବାଧିନ ଭାବରେ ପ୍ରାର୍ଥୀପତ୍ର ପୁନଃ ଦାଖଲ କରିଛନ୍ତି । ଦଳରେ ଲାଗିଥିବା ଅନ୍ତଃ କନ୍ଦଳକୁ ଖୁବ୍ ଶୀଘ୍ର ସମାଧାନ କରାଯିବ କହିଛନ୍ତି ଜୟ ନାରାୟଣ।

Leave A Reply

Your email address will not be published.