ଭୁବନେଶ୍ୱର: ଗତକାଲି ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ ଶେଷ ହୋଇଛି । ରୋଡ ସୋ ସାରି ମୋଦୀ ରାଜଭବନରେ ରାତ୍ରୀଯାପନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ୩ଟି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ଆଜି ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ ଜନ ସମାବେଶରେ ମୋଦି ଯୋଗଦେବେ। ଭୁବନେଶ୍ବରରୁ ବାହାରି ସିଧା ଫୁଲବାଣୀ ଯିବେ ପ୍ରଧାନମନ୍ତ୍ରୀ। ବଲାଙ୍ଗିର ଓ ବରଗଡ଼ରେ ଜନସମାବେଶକୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଗତକାଲି କଡା ସୁରକ୍ଷା ଭିତରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ସମାପ୍ତ ହୋଇଛି । ରାଜ୍ୟ ବିଜେପିକୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀରେ ବିଶାଳ ରୋଡ ସୋ କରିଛନ୍ତି । ହଜାର ହଜାର ଲୋକଙ୍କ ସମାଗମ ଭିତରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିଛି । ପ୍ରଧାନମନ୍ତ୍ରୀଙ୍କ ଗାଡିରେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରହିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କର ଗହଳି ଜମିଥିଲା । ଭୁବନେଶ୍ୱରରେ ଏହି ରୋଡ ସୋ’ କରି ମୋଦୀ ଓଡ଼ିଶାକୁ ବିଜେପିର ଶକ୍ତି ଦେଖାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ବିଜେପିକୁ ବଳ ଯୋଗାଇଛି । ରାଜ୍ୟରେ ବିଜେପି ଶକ୍ତି ପ୍ରଦର୍ଶନ କରିଛି । ମାଷ୍ଟର କ୍ୟାଣ୍ଟିନ ଛକ ସମ୍ପୂର୍ଣ୍ଣ ଲୋକରଣ୍ୟ ହୋଇଥିଲା। ଏହି ମେଗା ରୋଡ ସୋ’ରେ ଦୃଶ୍ୟ ବିରୋଧୀଙ୍କୁ ମଧ୍ୟ କିଛି ମାତ୍ରାରେ ଭାବିବାକୁ ବାଧ୍ୟ କରିଦେଇଥିବ । କେବଳ ଭୁବନେଶ୍ୱର ନୁହେଁ, ସାରା ଓଡ଼ିଶା ଦେଖିଛି ମୋଦୀଙ୍କର ମେଗା ରୋଡ ସୋ’ ଆଉ ବିଜେପିର ପାୱାର ।
Comments are closed.