Latest Odisha News

ଛତିଶଗଡ଼ ଏନକାଉଣ୍ଟର: ୧୨ ନକ୍ସଲ ନିହତ, ସର୍ଚ୍ଚ ଅପରେସନ ଜାରି

ରାୟପୁର: ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଯବାନଙ୍କ ଗୁଳିରେ ୧୨ ଜଣ ନକ୍ସଲ ନିହତ ହୋଇଥିବାବେଳେ, ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ପ୍ରଥମେ ୮ ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଥିଲା। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ୧୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି ।

ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ଖବର ମୁତାବକ, ଛତିଶଗଡର ପିଡ଼ିଆ ଜଙ୍ଗଲରେ ୩୦ ରୁ ଅଧିକ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିବା ପରେ ସୁକମା, ଦନ୍ତେୱାଡା ଓ ବିଜାପୁର ଆଦି ତିନି ଜିଲ୍ଲାର ପୋଲିସ ଓ ସିଆରପିଏଫ ର ଯବାନ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ସେମାନେ ସେଠାରେ କିଛି ଦିନ ହେବ କ୍ୟାମ୍ପ କରି ରହିଥିଲେ। ପ୍ରାୟ ୧୧ ଘଣ୍ଟା ଧରି ଏହି ଅପରେସନ ଜାରି ରହିଥିଲା ।

ବସ୍ତର ପୋଲିସ୍ ଆଇଜି ସୁନ୍ଦରରାଜ ପି. ଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିଲା। ଏଥିରେ ଏକ ହଜାରରୁ ଅଧିକ ପୋଲିସ ଓ ଯବାନ ମାନେ ସାମିଲ ଥିଲେ । ତିନି ଜିଲ୍ଲାର ଏସପିଙ୍କ ସମେତ ବସ୍ତର ଡିଆଇଜିଙ୍କ କଡା ନଜର ଏହି ଅପରେସନ ଉପରେ ଥିଲା। ତେବେ ଗତକାଲି । ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟ ବିଳମ୍ବିତ ସନ୍ଧ୍ୟାରେ ଶେଷ ହୋଇଥିଲା। ସୂଚନା ଥାଉକି ଗତ ଦୁଇ ତିନି ମାସ ଭିତରେ ଛତିଶଗଡ଼ରେ ଏନ୍‌କାଉଣ୍ଟରେ ପ୍ରାୟ ୧୦୨ ନକ୍ସଲ ନିହତ ହୋଇସାରିଲେଣି।

Comments are closed.