Latest Odisha News

BREAKING NEWS

ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ନିବେଦନ କଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ସ୍ୱର ଉଠାଇଛନ୍ତି ଜଣେ ଓଡିଆ ଝିଅ । କେନିଆର ନାଇରୋବିରେ ମିଳିତ ଜାତିସଂଘର ‘ସିଭିଲ୍ ସୋସାଇଟି କନଫରେନ୍ସ ୨୦୨୪’ ରେ ‘ପେଡ୍ ପିରିଅଡ୍ ଲିଭ୍’ ଅର୍ଥାତ୍ ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି ପାଇଁ ନିବେଦନ କରିଛନ୍ତି ଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ । ତାଙ୍କର ଏହି ପ୍ରସଙ୍ଗ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି ।

ଓଡ଼ିଶାର ‘ଫୁଲରାଣୀ ଫାଉଣ୍ଡେସନ’ କୁ ପ୍ରତିନିଧିତ୍ୱ କରୁଥିବା ରଞ୍ଜିତା ପ୍ରିୟଦର୍ଶିନୀ, କର୍ମକ୍ଷେତ୍ରରେ ଋତୁସ୍ରାବ ସମୟରେ ଶାରୀରିକ ପୀଡ଼ା ପାଉଥିବା ବିଶ୍ୱବ୍ୟାପୀ କୋଟି କୋଟି ମହିଳାଙ୍କ ପାଇଁ ସ୍ବର ଉତ୍ତୋଳନ କରିଛନ୍ତି । ଆଉ ଏହି ସମୟରେ ‘ପେଡ୍ ପିରିୟଡ୍ ଲିଭ୍’ ଲାଗୁ କରିବା ପାଇଁ ଜାତିସଙ୍ଘରେ ନିବେଦନ କରିଛନ୍ତି ।

ଏହି ସମୟରେ ଜାତି ସଙ୍ଘରେ ଏହି ପ୍ରସଙ୍ଗ ଉଠାଇ ରଞ୍ଜିତା କହିଥିଲେ ଯେ, ‘ମୁଁ ସମସ୍ତ ମହିଳା କର୍ମଚାରୀଙ୍କ ପାଇଁ ‘ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି’ ପାଇଁ କାମ କରୁଛି । ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ମହିଳା କର୍ମଚାରୀଙ୍କ ପାଇଁ ଏହି ପ୍ରସଙ୍ଗକୁ ସମର୍ଥନ କରନ୍ତୁ । ଯଦି ଏହି ଛୁଟି ଲାଗୁ ହୁଏ ତେବେ ମହିଳା କର୍ମଚାରୀମାନେ ଡ୍ୟୁଟିରେ ଥିବାବେଳେ ଋତୁସ୍ରାବ ସମୟରେ ସହାୟତା ପାଇବେ’ । ରଞ୍ଜିତାଙ୍କର ଏହି କଥା ଉପରେ ସାରା ବିଶ୍ୱର ପ୍ରତିନିଧିମାନେ କରତାଳି ଦେଇ ସମର୍ଥନ ଜଣାଇଥିଲେ ।

Comments are closed.