Latest Odisha News

ଖରାଦିନେ ଖାଆନ୍ତୁ ତାଳସଜ, ମିଳିବ ଅନେକ ଫାଇଦା

ଭୁବନେଶ୍ଵର: ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାର ଫଳ ମଧ୍ୟରୁ ତାଳ ସଜ ପ୍ରାୟ ଲୋକଙ୍କର ପସନ୍ଦ। ଉଦୁ ଉଦିଆ ଖରାରେ ତାଳ ସଜ ପେଟରେ ପଡିଗଲେ ଶାନ୍ତି ଲାଗେ। ଗାଁ ଗହଳିରେ ପ୍ରାୟ ଲୋକଙ୍କ ଘରେ ଖରାଦିନେ ମିଳେ ତାଳ ସଜ। ଏହାର ଚାହିଦା ଦେଖି ସହରରେ ମଧ୍ୟ ରାସ୍ତା କଡରେ ବିକ୍ରି ହେଉଛି ଏହି ଫଳ। ତାଳ ସଜକୁ କିଛି ଲୋକ ଗରମ ଦିନର ବନ୍ଧୁ ମଧ୍ୟ କୁହନ୍ତି।

କଷି ତାଳ ସାଧାରଣତଃ ପାଣି ଥିବାବେଳେ ଏହା ପାଟିକୁ ଭାରି ସୁଆଦିଆ ଲାଗିଥାଏ । ତାଳଫଳ ଅନ୍ୟ ଫଳ ଭଳି ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ।ଏହି ଫଳ ଭିଟାମିନ ବି,ଆଇରନ , ପୋଟାସିୟମ ,ଫସଫରସ , କ୍ୟାଲସିୟମ ରେ ଭରପୁର ହୋଇଥାଏ ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ତାଳସଜରେ ବହୁମାତ୍ରାରେ ପୋଟାସିୟମ ମିଳିଥାଏ ଯାହା ଶରୀର ଭିତରେ ଲିଭରକୁ ସୁରକ୍ଷିତ ରଖିଥାଏ । ଏହା ଶରୀରରେ ଶକ୍ତି ପ୍ରଦାନ କରିବାର କାମ କରିଥାଏ ଏଥିରେ ବହୁ ପରିମାଣର ମିନେରାଲ ମିଳିଥାଏ । ଏହାର ଜୁସ ଶରୀରରେ ପାଣିର ଆବଶ୍ୟକତାକୁ ପୁରା କରିଥାଏ ।

ତାଳସଜ ଶରୀର ତାପମାତ୍ରାକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ । ଡିହାଇଡ୍ରେସନରେ ପାଣିର ଆବଶ୍ୟକତାକୁ ଦୂର କରିବା ପାଇଁ ସକାଳେ ଏହାର ଏକ ଗ୍ଲାସ ତାଜା ଜୁସ ପିଇଲେ ବହୁତ ଲାଭ ମିଳିଥାଏ । ଏହା ଏସିଡ଼ିଟି ଦୂର କରିବାର କାମ କରିଥାଏ । ତାଳସଜରେ ବହୁସାରା ପୋଷାକତତ୍ୱ ଭିଟାମିନ-ବି ୧୨ ମିଳିଥାଏ ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ପେଟର ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

Comments are closed.