Latest Odisha News

ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଅମିନ, ୨ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କେନ୍ଦ୍ରାପଡ଼ା: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ତହସିଲ ଅଫିସ ଅମିନ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅଫିସ ଅମିନ ଉମାକାନ୍ତ ବେହେରା ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜିଲ୍ଲା ଭିଜିଲାନ୍ସ ଟିମ ଅମିନଙ୍କୁ ଉଠାଇ ଜିଲ୍ଲା କାର୍ଯ୍ୟାଳୟକୁ ନେଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ତହସିଲ ଅମିନ ଉମାକାନ୍ତ ବେହେରା ଏକ ଜମି ବାଡି ମାପଚୁପକୁ ନେଇ କିଆରବାଙ୍କ ଗ୍ରାମର ମାନିଆ ବିଶ୍ବାଳଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବରୁ ଭିଜିଲାନ୍ସ ଟିମ ଲାଞ୍ଚ ନେବା ବିଷୟରେ ସୂଚନା ପାଇଥିଲେ। ତେବେ ଆଜି ଅମିନ ଲାଞ୍ଚ ନେବା ସମୟରେ ତାଙ୍କ ଉପରେ ନଜର ରଖିଥିଲା। ଠିକ ସମୟରେ ଭିଜିଲାନ୍ସ ଟିମ ଘଟଣାସ୍ଥଳରେ ଅମିନ ଉମାକାନ୍ତଙ୍କୁ ଧରିବାରେ ସଫଳ ହେଲା।

ଉପାକାନ୍ତଙ୍କଠାରୁ ରେଡ ହ୍ୟାଣ୍ଡରେ ଟଙ୍କା ଜବତ କରି ତାଙ୍କୁ ପଚରାଉଚରା କରିବା ସହ ଜିଲ୍ଲା ଅଫିସକୁ ନେଇଥିବା ସୂଚନା ମିଳିଛି। ସେହିପରି ଉପାକାନ୍ତଙ୍କ ତିନୋଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଟିମ ତଦନ୍ତ ଚଳାଇଛି। ଭିଜିଲାନ୍ସ ଟିମ ଚଢ଼ାଉ ସଂକ୍ରାନ୍ତରେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ମତାମତ ମିଳିପାରିନାହିଁ। ଅଧିକ ତଦନ୍ତ ଭିଜିଲାନ୍ସ ଟିମ ତଦନ୍ତ ଚଳାଇଛି ବୋଲି କୁହାଯାଇଛି।

Comments are closed.