Latest Odisha News

EPFOଧାରୀଙ୍କ ପାଇଁ ଖୁସି ଖବର, ଏବେ ଆହୁରି ସହଜ ହେଲା ଅଟୋକ୍ଲେମ ସେଟଲମେଣ୍ଟ ବ୍ୟବସ୍ଥା

ନୂଆଦିଲ୍ଲୀ: EPFO ଉପଭୋକ୍ତଙ୍କ ପାଇଁ ଏବେ ସହଜ ହେବ ଟଙ୍କା କାଢିବା ପ୍ରକିୟା । ଏନେଇ ଉପଭୋକ୍ତାଙ୍କ ପାଇଁ ଘୋଷଣା ଜାରି କରିଛି କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ବା EPFO  । EPFO ରେ ଅଟୋକ୍ଲେମ ସେଟଲମେଣ୍ଟ ବ୍ୟବସ୍ଥାକୁ ଏବେ ଆହୁରି ବିସ୍ତାର କରିଛି ସଂସ୍ଥା । ଏହାର ୨୭.୭୪ କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏଣିକି EPFO ରୁ ଟଙ୍କା କାଢ଼ିବା ଅତି ସହଜ ହେବ । ଆଗରୁ କେବଳ ଅସୁସ୍ଥତା ପାଇଁ ଆଗୁଆ ରାଶି ଉଦ୍ଦେଶ୍ୟରେ ଅଟୋ କ୍ଲେମ୍ ସୁବିଧା କରାଯାଇଥିବା ବେଳେ ବର୍ତ୍ତମାନ ଶିକ୍ଷା, ବିବାହ ଏବଂ ଗୃହ ନିର୍ମାଣ ପାଇଁ ଜମା ରାଶିରୁ ନିଜର ଆବଶ୍ୟକ ଅନୁଯାୟୀ ଆଗୁଆ ଉଠାଇହେବ । ଆହୁରି ମଧ୍ୟ ଏଥିପାଇଁ କୈଣସି କାଗଜ ପତ୍ରର କାମ ମଧ୍ୟ କରିବାକୁ ପଡିବ ନାହିଁ । କେବଳ ଅନଲାଇନ ଆବେଦନ କରିବା ପରେ ଟଙ୍କା ବ୍ୟାଙ୍କ ଖାତକୁ ଆସିଯିବ ।   EPFO ‘ଇଜି ଅଫ୍ ଲିଭିଂ’ ଅଧୀନରେ ଅଟୋ କ୍ଲେମ୍ ସେବାକୁ ବିସ୍ତାର କରାଯାଇଛି । ଇପିଏଫଓ ଅନୁଯାୟୀ, ଏହି ନୂତନ ସେବା ସମ୍ପ୍ରସାରଣ ଏହାର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ଉପକୃତ କରିପାରିବ ।

ତେବେ ଇପିଏଫଓ ଦ୍ୱାରା ଆରମ୍ଭ ହୋଇଥିବା ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, କୌଣସି ମାନବ ହସ୍ତକ୍ଷେପ ବିନା ଆଇଟି ସିଷ୍ଟମ ବା ଅନଲାଇନ ମୋଡରେ ଏହା ସ୍ୱୟଂଚାଳିତ ଭାବରେ ପ୍ରକ୍ରିୟାକରଣ କରାଯାଇପାରିବ । ଅସୁସ୍ଥତା ପାଇଁ ଆଗୁଆ ରାଶି ଉଦ୍ଦେଶ୍ୟରେ ଏପ୍ରିଲ୍, ୨୦୨୦ରେ କ୍ଲେମ୍ ସମାଧାନର ଅଟୋ ମୋଡ୍ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହାର ସୀମା ୧,୦୦,୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ପ୍ରାୟ ୨.୨୫ କୋଟି ସଦସ୍ୟ ଏହି ସୁବିଧା ଦ୍ୱାରା ଉପକୃତ ହେବେ ବୋଲି ଆଶା କରାଯାଉଛି।

ତେବେ ୨୦୨୩-୨୪ ଆର୍ଥିକ ବର୍ଷରେ, ଇପିଏଫ୍ଓ ପ୍ରାୟ ୪.୪୫ କୋଟି ଦାବି ସମାଧାନ କରିଛି, ଯେଉଁଥିରୁ ୬୦ ପ୍ରତିଶତରୁ ଅଧିକ ଅର୍ଥାତ୍ ୨.୮୪ କୋଟି କ୍ଲେମ୍ ହେଉଛି ଆଗୁଆ ଦାବି। ଏହା ସହିତ ଏହାର ସୀମା ମଧ୍ୟ ୫୦,୦୦୦ ଟଙ୍କାରୁ ଦୁଇଗୁଣା କରାଯାଇ ୧,୦୦,୦୦୦ ଟଙ୍କା କରାଯାଇଛି। ଆହୁରି ମଧ୍ୟ ଗୃହ, ବିବାହ, ଏବଂ ଶିକ୍ଷା ଉଦ୍ଦେଶ୍ୟରେ ଅଟୋ ଦାବିଗୁଡିକର ପରିସରକୁ ବିସ୍ତାର କରିବା ସହିତ ଏହାର ସୀମା ବଢ଼ାଇବା ଦ୍ୱାରା ଅନେକ ସଦସ୍ୟ ସ୍ୱଳ୍ପ ସମୟ ମଧ୍ୟରେ ସେମାନଙ୍କର ଟଙ୍କା ପାଇପାରିବେ।

Comments are closed.