Latest Odisha News

ମ୍ୟାଚ ହାରିବା ପରେ ମହେନ୍ଦ୍ର ସିଂହ ଧୋନି ଆରସିବି ଖେଳାଳିଙ୍କ ସହ ହାତ ନ ମିଳାଇ ଚାଲିଗଲେ

ଚେନ୍ନାଇ: ଶନିବାର ଆରସିବି ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ପରାଜୟ ବରଣ କରିବା ପରେ ଦଳର ପୋଷ୍ଟର ବୟ ତଥା କିମ୍ବଦନ୍ତୀ ଖେଳାଳି ଏମ୍ ଏସ୍ ଧୋନି ପିଚ ପ୍ରତିପକ୍ଷ ଖେଳାଳିଙ୍କ ସହ ହାତ ନମିଳାଇ ପିଚ ଛାଡ଼ିଥିଲେ। ବେଙ୍ଗାଲୁରୁ ଦଳ ବିପକ୍ଷରେ ୨୭ ରନରେ ପରାସ୍ତ ହେବା ପରେ ଚେନ୍ନାଇ ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ଲେ ଅଫରୁ ବାଦ୍ ପଡ଼ିଛି।

ମ୍ୟାଚ୍ ଶେଷ ହେବା ପରେ ଏମ୍ ଏସ୍ ଧୋନି ଆରସିବି ଦଳର ଖେଳାଳିଙ୍କ ସହ ହାତ ମିଳାଇନଥିଲେ। ଯାହା ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବା ପ୍ରଶଂସକଙ୍କୁ ଚକିତ କରିଦେଇଛି।

ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ସିଏସକେର ପରାଜୟ ପରେ ଧୋନି ନିଜ ଉପରେ ଅସନ୍ତୋଷ ଥିବା କୁହାଯାଉଛି। କାରଣ ଛକା ମାରିବାକୁ ଯାଇ ସେ କ୍ୟାଚ ଆଉଟ ହୋଇଥିଲେ। ଯାହା ବିଜୟୀ ହେବା ଆଶାକୁ ମଉଳାଇ ଦେଇଥିଲା।

 

ୟଶ ଦୟାଲଙ୍କ ବିପକ୍ଷରେ ୧୧୦ ମିଟର ଛକା ମାରିବା ପରେ ଧୋନି ଶେଷ ଓଭରର ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ। ମାତ୍ର ୧୨ ବଲରୁ ୨୫ ରନରେ ବ୍ୟାଟିଂ କରୁଥିବା ବେଳେ ଧୋନି ଡିପ୍ ସ୍କୋୟାର ଲେଗରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ଏହି ବିଜୟ ସହ ଆରସିବି ୧୪ ପଏଣ୍ଟ ସହ ଆଇପିଏଲ୍ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି।

Comments are closed.