Latest Odisha News

BREAKING NEWS

ମେ’ ୩୧ରେ ଫେରିବେ ପ୍ରଜ୍ଜ୍ଵଳ, ବିମାନବନ୍ଦରରୁ ଗିରଫ କରିବ ଏସଆଇଟି

ବେଙ୍ଗାଲୁରୁ: ସାରା ଦେଶରେ ବିରାଟ ରାଜନୈତିକ ଝଡ଼ ସୃଷ୍ଟି କରିଥିବା କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ଵଳ ରେଭନ୍ନାଙ୍କ ଯୌନ କେଳେଙ୍କାରୀ ଘଟଣାରେ ଆସିଛି ନୂତନ ମୋଡ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଜ୍ଵଳ ଗତ କିଛି ଦିନ ଧରି ଫେରାର ଥିବାବେଳେ ଏବେ ସେ ଭାରତ ଫେରିବେ । ଆସନ୍ତା ମେ,୩୧ ତାରିଖରେ ବେଙ୍ଗାଲୁରୁରେ ପହଞ୍ଚିବେ ପ୍ରଜ୍ଜ୍ଵଳ । ବିମାନବନ୍ଦରରେ ପହଞ୍ଚିବା କ୍ଷଣି ହିଁ ତାଙ୍କୁ ଗିରଫ କରିବ ଏସଆଇଟି ଟିମ୍ ।

ସୂଚନା ଅନୁସାରେ, ମେ, ୩୧ ତାରିଖ ସକଲାଳ ୮ଟାରେ ବେଙ୍ଗାଲୁରୁ ବିମାନବନ୍ଦରରେ ଓହ୍ଲାଇବେ ପ୍ରଜ୍ଜ୍ଵଳ । ତେବେ ଏହା ପୂର୍ବରୁ ପ୍ରଜ୍ଜ୍ଵଳଙ୍ ଏକ ଭିଡିଓ ବାର୍ତ୍ତା ଜାରି କରି କହିଥିଲେ ଯେ, ତାଙ୍କୁ ବିରୋଧି ଦଳ ଷଡଯନ୍ତ୍ର କରି ଫସେଇବାକୁ ଚେଷ୍ଟା କରିଛନ୍ତି ।ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଥିଲେ ସାଂସଦ ରେବନ୍ନା । ଜାରି କରିଥିବା ସେହି ଭିଡିଓରେ ନିଜେ ରେବନ୍ନା କହିଛନ୍ତି ଯେ, ମୁଁ ୩୧ ତାରିଖ ଦିନ ଏସଆଇଟି ଟିମ୍ ପାଖରେ ଆତ୍ମସମର୍ପଣ କରିବି । ରାହୁଲ ଗାନ୍ଧିଙ୍କ ଉପରେ ଆରୋପ ଲଗାଇ ରେବନ୍ନା କହିଛନ୍ତି ଯେ, ରାହୁଲ ଗାନ୍ଧି ଏବଂ ଅନ୍ୟ କଂଗ୍ରେସ ନେତାମାନେ ମୋ ବିରୋଧରେ ଷଡଯନ୍ତ୍ର କରିଛନ୍ତି ।

ସୂଚନଯୋଗ୍ୟ ଯେ, କର୍ଣ୍ଣାଟକର ହାସନ ଲୋକସଭାର ଜେଡିଏସ୍ ପ୍ରାର୍ଥୀ ପ୍ରଜ୍ଜ୍ଵଳ। ଏପ୍ରିଲ ୨୬ ତାରିଖରେ ସେଠାରେ ଭୋଟ ଗ୍ରହଣ ହେବାରଥିଲା। କିନ୍ତୁ ମତଦାନର ଅଳ୍ପ କିଛି ଦିନ ପୂର୍ବରୁ ରେବନ୍ନାଙ୍କ କଳା କାରନାମାର ହୋଇଥିଲା ପର୍ଦ୍ଦାଫାସ। ହାତକୁ ହାତ ବୁଲିଥିଲା ରେବନ୍ନା ବିଭିନ୍ନ ମହିଳାଙ୍କୁ କରିଥିବା ଶାରୀରିକ ଶୋଷଣର ଭିଡିଓ। ପ୍ରଜ୍ଜ୍ଵଳ ନିଜ ଯୌନ କେଳେଙ୍କାରୀ ପ୍ରଘଟ ହୋଇଯିବା ଜାଣି ଭୋଟ ଗ୍ରହଣର ଠିକ ପରଦିନ କର୍ଣ୍ଣାଟକରୁ ଗାୟବ ହୋଇଯାଇଥିଲେ। ସେ ନିଜର ଡିପ୍ଲୋମାଟିକ୍ ପାସପୋର୍ଟ ବ୍ୟବହାର କରି ଜର୍ମାନୀ ଚାଲିଯିବାରେ ସଫଳ ହୋଇଥିଲେ ବୋଲି କୁହାଯାଉଛି।

ସାଂସଦ ରେବନ୍ନାଙ୍କ ନାଁରେ ପୋଲିସ ନିକଟରେ ଏକାଧିକ ଏଫ୍‌ଆଇଆର୍ ଦାଖଲ ହୋଇଛି। ଏସଆଇଟି ଗଠନ କରି କର୍ଣ୍ଣାଟକ ପୋଲିସ ଘଟଣାର ତଦନ୍ତ କରୁଛି। ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ପ୍ରଜ୍ଜ୍ୱଳଙ୍କ ବିରୋଧରେ ଆଇପିସିର ୩୭୬, ୩୫୪-ଏ, ୩୫୪-ଡି, ୫୦୬ ଏବଂ ୫୦୯ ଆଦି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ତେବେ ରେବନ୍ନାଙ୍କୁ ଫେରାଇ ଆଣିବାକୁ ଇଣ୍ଟରପୋଲ୍‌ର ବ୍ଲୁ କର୍ନର ନୋଟିସ୍‌ ଜାରି କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୋଟିସ୍‌ ଜାରି କରିବା ସହ ସ୍ବତନ୍ତ୍ର କୂଟନୈତିକ ପାସ୍‌ପୋର୍ଟ ଖାରଜ କରିବାକୁ ମଧ୍ୟ ଚେତାବନୀ ଦେଇଥିଲା।

Comments are closed.